ଆଇଏମବି ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର: ଆଇଏମବି ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ତରଫରୁ ୨୦୨୩-୨୦୨୪ ଶିକ୍ଷାବର୍ଷରେ ଯୋଗ ଦେଇଥିବା ନବାଗତ ପିଜିଡିଏମ ଓ ହୋଟେଲ୍‌ ମ୍ୟାନେଜମେଣ୍ଟ୍ ଲାଗି ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆଇଏମବି-ଇଗନାଇଟ’ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଶ୍ରୀଧର ପାତ୍ର, ସିଏମଡି ନାଲକୋ ମୁଖ୍ୟ ଅତିଥ୍ୱ ଭାବେ ଯୋଗ ଦେଇଥିଲେ ।

ଏଥ୍‌ସହିତ ବିଶ୍ବରାଜ ପଟ୍ଟନାୟକ,ଚିଫ୍ ଏଡିଟର କଳିଙ୍ଗ ସ୍ରୋଲ୍ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନୁଷ୍ଠାନର ଚେୟାରମ୍ୟାନ୍ ପ୍ରଫୁଲ୍ଲ କୁମାର ସାହୁ ଓ ସେକ୍ରେଟାରୀ ରାଜର୍ଷି ଜ୍ଞାନଦର୍ଶୀ ବି ଉପସ୍ଥିତ ଥିଲେ ।

ଡାଇରେକ୍ଟର ପ୍ରଫେସର ଡକ୍ଟର ତ୍ରିଲୋଚନ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଶ୍ରୀଧର ପାତ୍ର ଛାତ୍ରମାନଙ୍କୁ ଚରିତ୍ର ଗଠନର ଏକ ମାର୍ଗ ଓ ତାର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମକୁ ପ୍ରଫେସର ଅମିତା ପଣ୍ଡା ପରିଚାଳନା କରିଥିଲେ । ପ୍ରଫେସର ମଧୁସ୍ମିତା ସାହୁ ଓ ଫ୍ରଫେସର କୈବଲ୍ୟ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ ଡିନ୍ ପ୍ରଫେସର ଦୀପକ ଆଚାର୍ଯ୍ୟ ଧନ୍ୟବାଦ୍ ଦେଇଥିଲେ ।

Related Articles

Back to top button