ବାଲିଯାତ୍ରା ରିଭର ଫ୍ରଣ୍ଟ ଇମ୍ପ୍ରୁଭମେଣ୍ଟ କେବଳ ୩୪ ଏକର ଜମିରେ ସୀମିତ ରହିବ: ଏନ୍‌ଜିଟି

କଟକ: ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ବାଲିଯାତ୍ରା ରିଭର ଫ୍ରଣ୍ଟ ଇମ୍ପ୍ରୁଭମେଣ୍ଟ -BARFI ପ୍ରକଳ୍ପକୁ NGT ଝଟକା। ପ୍ରକଳ୍ପ ଲାଗି ଚିହ୍ନଟ ସମ୍ପୂର୍ଣ୍ଣ ୪୬୨ ଏକର ଜମି ଉପରେ ହୋଇପାରିବ ନାହିଁ କୌଣସି ପ୍ରକାର କଂକ୍ରିଟ କାମ ` ଏପରିକି ପ୍ଲଡ୍ ପ୍ଲେନ ଜୋନ ଅଞ୍ଚଳରେ ବିକାଶ ଲାଗି ସରକାରଙ୍କ ମାଷ୍ଟର ପ୍ଲାନ ବି ଗ୍ରହଣୀୟ ନୁହେଁ ବୋଲି ଏନଜିଟି ସ୍ପଷ୍ଟ କରିଛି।

କେବଳ ୩୪ ଏକର ଜମି ବାଲିଯାତ୍ରା ପାଇଁ ରହିବ। ଉକ୍ତ ଅଞ୍ଚଳର ପରିମଳ ଓ ପରିଚ୍ଛନ୍ନତାକୁ ସୁନିଶ୍ଚିତ କରିବ ପ୍ରଶାସନ।  ଅବଶିଷ୍ଟ ୩୯୨ ଏକର ଜମିରେ ଜଙ୍ଗଲ ଓ ବାୟୋଲଜିକାଲ ପାର୍କ ର୍ନିମାଣ ହେବ। ଏହାର ଦୁଇ ତୃତୀୟାଂଶ ଜମିରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯିବ। ଏଥିଲାଗି ଏହି ଅଞ୍ଚଳକୁ ଚିହ୍ନଟ କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର ଲାଗି NGT ନିର୍ଦ୍ଦେଶ ଦେଇଛନ୍ତି।

Related Articles

Back to top button