ଗାଈ, ମଇଁଷିଙ୍କ ମୃତ୍ୟୁ ଘଟିଲେ ପଶୁପାଳକଙ୍କୁ ମିଳିବ ୪୦ ହଜାର ଟଙ୍କା

ନୂଆଦିଲ୍ଲୀ: ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ଘଟଣା ଓ ବିଭିନ୍ନ ପ୍ରକାରର ରୋଗ କାରଣରୁ କିଛି ଗୃହପାଳିତ ପଶୁଙ୍କର ଅକାଳରେ ମୃତ୍ୟୁ ଘଟିଥାଏ । ତେବେ ପଶୁପାଳକଙ୍କ ପାଇଁ ଏକ ନୂଆ ଯୋଜନା ଲାଗୁ କରିଛନ୍ତି ସରକାର । ଏହି ଯୋଜନା ମାଧ୍ୟମରେ ପଶୁପାଳକଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ । ଏହି ଯୋଜନାରେ ଦୁଗ୍ଧ ଚାଷୀଙ୍କୁ ସରକାରଙ୍କ ତରଫରୁ ୪୦ ହଜାର ଟଙ୍କା ପ୍ରଦାନ କରାଯିବ ।

ଦେଶର ଗ୍ରାମୀଣ ଅଞ୍ଚଳରେ ପଶୁପାଳନ ହେଉଛି ଆୟର ଏକ ପ୍ରକୃଷ୍ଟ ମାଧ୍ୟମ । ଏହା ମାଧ୍ୟମରେ କୃଷକମାନେ ଗାଈ ଓ ମଇଁଷି ପାଳନ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ଏଭଳି ସ୍ଥିତିରେ କ୍ଷୀର ଦେଉଥିବା ପଶୁଙ୍କର ଅଚାନକ ମୃତ୍ୟୁ ଘଟିଲେ ଚାଷୀମାନେ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରିଥାନ୍ତି । ଗତବର୍ଷ ଲମ୍ପୀ ଭାଇରସ କାରଣରୁ ଉତ୍ତର ଭାରତରେ ବହୁସଂଖ୍ୟାରେ ପଶୁଙ୍କର ମୃତ୍ୟୁ ଘଟିଥିଲା ।

ରାଜସ୍ଥାନରେ ଏହି ପରିସ୍ଥିତି ବହୁଳ ଭାବେ ଦେଖିବାକୁ ମିଳିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ପଶୁଙ୍କର ଅନ୍ତିମ ସଂସ୍କାର କରିବା ପାଇଁ ସ୍ଥାନର ଅଭାବ ପଡ଼ିଥିଲା । ତେଣୁ ରାଜସ୍ଥାନ ସରକାର ପଶୁପାଳକଙ୍କ ସୁବିଧା ପାଇଁ କାମଧେନୁ ବୀମା ଯୋଜନା ଲାଗୁଛନ୍ତି । ଏହି ବୀମା ଯୋଜନାରେ ଲମ୍ପୀ ଭାଇରସ ବା ଅନ୍ୟ ମାରାତ୍ମକ ବୀମାରେ ମୃତ୍ୟୁବରଣ କରୁଥିବା ପଶୁଙ୍କ ପାଇଁ କ୍ଷତିପୂରଣ ପ୍ରଦାନ କରାଯିବ । ଏହି ଯୋଜନାରେ ସରକାର ମୋଟ ୭୫୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି ।

Related Articles

Back to top button