
୨୪ ଘଣ୍ଟାରେ ସାରା ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରି
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସକ୍ରିୟ ମୌସୁମୀ ପ୍ରଭାବରେ ଜାରି ରହିଛି ବର୍ଷା। ୨୪ ଘଣ୍ଟାରେ ସାରା ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା।ଖୋର୍ଦ୍ଧା , ଗଞ୍ଜାମକୁ ଅତି ପ୍ରବଳ ବର୍ଷା ପାଇଁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି।ପୁରୀ ଓ କନ୍ଧମାଳକୁ ମଧ୍ୟ ଅତି ପ୍ରବଳ ବର୍ଷା ନେଇ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ରାୟଗଡା, କଳାହାଣ୍ଡି, ମାଲକାନଗିରିରେ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଅନୁଗୁଳ, ଢେଙ୍କାନାଳ, ନୟାଗଡ, କଟକରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗଜପତି, କୋରାପୁଟ, ନବରଙ୍ଗପୁରରେ ମଧ୍ୟ ପ୍ରବଳ ବର୍ଷା ହେବ। ଗତ ୨୪ ଘଣ୍ଟାରେ ୮ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଅନ୍ୟ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ। ୨୯ ଓ ୩୦ ତାରିଖରେ ମଧ୍ୟ ବର୍ଷା ହେବ। କୋରାପୁଟରେ ୧୫୨ ମି.ମି ବର୍ଷା ରେକର୍ଡ କରାଯାଇଛି।