ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶଙ୍ଖ ଧରିଲେ ଭି .କେ. ପାଣ୍ଡିଆନ୍
ବିଜେଡିରେ ସାମିଲ ହେଲେ ଭି .କେ. ପାଣ୍ଡିଆନ୍ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ପାଣ୍ଡିଆନ ଶଙ୍ଖ ଧରିଛନ୍ତି । ଏଥିସହ ସେ ସିଧାସଳଖ ସେ ରାଜନୀତିରେ ଯୋଗ ଦେଇଛନ୍ତି। ଆଜି ସକାଳୁ ନବୀନ ନିବାସରେ ମନ୍ତ୍ରୀ, ବିଧାୟକଙ୍କ ସହ ବିଜେଡିର ବରିଷ୍ଠ ନେତାମାନଙ୍କ ବୈଠକ ହୋଇଥିଲା । ବୈଠକ ପରେ ପାଣ୍ଡିଆନ୍ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିବା ନେଇ ସୂଚନା ଦେଇଥିଲେ ବିଜେଡି ସାଂସଦ ପିନାକୀ ମିଶ୍ର |
ଅକ୍ଟୋର ମାସରେ ପାଣ୍ଡିଆନ ପ୍ରଶାସନିକ ଅଧିକାରୀ ପଦରୁ ଅବ୍ୟାହତି ନେଇଥିଲେ । ଏହାପରେ କ୍ୟାବିନେଟ୍ ପାହ୍ୟା ସହିତ ତାଙ୍କୁ ନବୀନ ଓଡିଶା ଏବଂ ଫାଇଭ୍ ଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ପାଣ୍ଡିଆନ ପ୍ରତ୍ୟକ୍ଷ ରାଜନୀତି କରିବେ ନା ତାହା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାର ଏବେ ଅବସାନ ଘଟିଛି | କାର୍ତିକ ପୂର୍ଣ୍ଣିମା ଅବସରରେ ପ୍ରତ୍ୟକ୍ଷ ରାଜନୀତି ମୈଦାନକୁ ଓଲ୍ହାଇଛନ୍ତି ଭି .କେ. ପାଣ୍ଡିଆନ୍ | ତେବେ ବିଜେଡିରେ ସକ୍ରିୟ ରାଜନୀତି ସହ ପାଣ୍ଡିଆନଙ୍କ ଯୋଗଦାନ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଆଲୋଚନା ହେଉଛି ।
2000 ମସିହା IAS ଅଧିକାରୀ ଭି.କେ. ପାଣ୍ଡିଆନ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପ-ଜିଲ୍ଲାପାଳ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ବିଜେଡିରେ ସାମିଲ ହେବାପରେ ଦଳର ବରିଷ୍ଠ ନେତାମାନେ ତାଙ୍କୁ ସ୍ବାଗତ କରିଛନ୍ତି । 2011 ମସିହାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରେ ଯୋଗଦେଇଥିଲେ ଭି.କେ. ପାଣ୍ଡିଆନ ।