କଟକ ରେଲୱେ ଷ୍ଟେସନକୁ ଦ୍ବିତୀୟ ପ୍ରବେଶ ପଥର ଉଦ୍‌ଘାଟନ

କଟକ ରେଲୱେ ଷ୍ଟେସନକୁ ଦ୍ବିତୀୟ ପ୍ରବେଶ ପଥର ଉଦ୍‌ଘାଟନ। ଉଦ୍‌ଘାଟନ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସହର ପଟୁ ମୁଖ୍ୟ ଷ୍ଟେସନ ୩୦୦ କୋଟି ଟଙ୍କାରେ ନିର୍ମାଣ ଚାଲିଛି କହିଲେ । ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୭୩ ହଜାର କୋଟିର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ତୃତୀୟ ଟର୍ମରେ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି।୮ଟି ନୂଆ ପ୍ରକଳ୍ପ ସହ ରାୟଗଡ଼ାରେ ନୂଆ ଡିଭିଜନ ମଞ୍ଜୁର ହୋଇଛି । ରାଜ୍ୟରେ ୫୯ଟି ଷ୍ଟେସନ୍‌ର ପୁନଃନିର୍ମାଣ କାର୍ଯ୍ୟ ଜାରି ରହିଛି। ଗତ ୧୦ ବର୍ଷରେ ରାଜ୍ୟରେ ୧୮ ଶହ କିମି ନୂଆ ରେଳପଥ ହୋଇଛି। ଯାହା ସମଗ୍ର ଶ୍ରୀଲଙ୍କାରେ ଥିବା ରେଳପଥ ଠାରୁ ଅଧିକ ବୋଲି ଅଶ୍ବିନୀ କହିଛନ୍ତି ।

Related Articles

Back to top button