ମଧୁବାବୁ ପେନସନ୍ ଯୋଜନା ପରିସର ବୃଦ୍ଧି

ଭୁବନେଶ୍ବର : ମଧୁବାବୁ ପେନସନ୍ ଯୋଜନା ପରିସର ବୃଦ୍ଧି ହୋଇଥିବା ସୂଚନା ମିଳିଛି। ଏଥିରେ ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀଙ୍କୁ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫଳରେ ହିତାଧିକାରୀଙ୍କ ସଂଖ୍ୟା ୨୮ଲକ୍ଷ ୬୧ହଜାରରୁ ୩୨ଲକ୍ଷ ୭୫ହଜାରକୁ ବୃଦ୍ଧି ପାଇଛି। ଅଗଷ୍ଟ ୧୫ତାରିଖ ଜନସେବା ଦିବସରେ ନୂଆ ହିତାଧିକାରୀ ସେମାନଙ୍କ ପ୍ରଥମ ପେନସନ୍ ପାଇବେ। ସୂଚନା ଅନୁସାରେ, ଗ୍ରାମପଞ୍ଚାୟତ ହେଡକ୍ବାଟର୍ ଓ ୱାର୍ଡ କାର୍ଯ୍ୟାଳୟରେ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ସେମାନଙ୍କୁ ପେନସନ୍ ଦିଆଯିବ। ହିତାଧିକାରୀଙ୍କୁ ପେନସନ୍ ବଣ୍ଟନ ପାଇଁ ଜିଲାପାଳଙ୍କୁ ପରାମର୍ଶ ଦିଆଯାଇଛି। ବୟସ୍କ, ବିଧବା, ଦିବ୍ୟାଙ୍ଗ, ଅବିବାହିତ ମହିଳା, କୋଭିଡରେ ଅନାଥ ପିଲା, ଏଡସ ରୋଗୀଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ପେନସନ୍ ଦିଆଯାଉଛି।

Related Articles

Back to top button