ରାଜ୍ୟ ସରକାର ବଢାଇଲେ ଶ୍ରମିକଙ୍କ ଦୈନିକ ମଜୁରୀ

ଶ୍ରମିକଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ଶ୍ରମିକଙ୍କ ଦୈନିକ ମଜୁରୀ ବଢାଇଛନ୍ତି । ତେବେ ଅଣକୁଶଳିଙ୍କ ୩୪୫ ଟଙ୍କାରୁ ବଢି ୩୫୨ ଟଙ୍କା ହୋଇଥିବା ବେଳେ ଅର୍ଦ୍ଧକୁଶଳିଙ୍କ ୩୮୫ ଟଙ୍କାରୁ ବୃଦ୍ଧି ପାଇ ୩୯୨ ଟଙ୍କା ହୋଇଯାଇଛି । ଅନ୍ୟପଟେ କୁଶଳିଙ୍କ ୪୩୫ ଟଙ୍କା ବେଳେ ତାହାକୁ ବୃଦ୍ଧି କରି ୪୪୨ ଟଙ୍କା କରିଛନ୍ତି । ଏହାସହିତ ଅତିକୁଶଳିଙ୍କ ୪୯୫ ଟଙ୍କାରୁ ବୃଦ୍ଧି ହୋଇ ୫୦୨ ଟଙ୍କା ହୋଇଛି ।

 

 

Related Articles

Back to top button