ଓଡ଼ିଶାରେ ୧୦୦ଟି ନୂଆ ଇଭି ଚାର୍ଜିଂ ଷ୍ଟେସନ୍ ଖୋଲିବ ଇଣ୍ଡିଆନ ଅଏଲ

ଭୁବନେଶ୍ୱର: ଆଗାମୀ ଆର୍ଥିକ ବର୍ଷରେ ରାଜ୍ୟରେ ୧୦୦ଟି ନୂଆ ଇଭି ଚାର୍ଜିଂ ଷ୍ଟେସନ ଖୋଲିବ। ଇଣ୍ଡିଆନ ଅଏଲ ପକ୍ଷରୁ ଏହି ଚାର୍ଜିଂ ଷ୍ଟେସନ ଖୋଲାଯିବ। ପେଟ୍ରୋଲ ପମ୍ପଗୁଡ଼ିକରେ ଏହି ନୂଆ ଚାର୍ଜିଂ ଷ୍ଟେସନସବୁ ଖୋଲାଯିବ ବୋଲି ଇଣ୍ଡିଆନ ଅୟଲ ଓଡ଼ିଶାର ଏନ.ଏମ୍‌. ନିମଜୀ ସୂଚନା ଦିଆଯାଇଛି।

ଅନୁସାରେ ବର୍ତ୍ତମାନ ରାଜ୍ୟରେ ୧୫୨ ପେଟ୍ରୋଲ ପମ୍ପରେ ଇଭି ଚାର୍ଜିଂ ଷ୍ଟେସନ ରହିଛି। ଆସନ୍ତା ଆର୍ଥିକ ବର୍ଷରେ ଆଉ ୧୦୦ଟି ଚାର୍ଜିଂ ଷ୍ଟେସନ୍ ଖୋଲିଲେ ମୋଟ ୨୫୨ଟି ଇଭି ଛାର୍ଜିଂ ଷ୍ଟେସନ୍ ହୋଇଯିବ। ଯାହା ଫଳରେ ଲୋଲକ ଇ-ଯାନ କିଣିଲେ ବି ଚାର୍ଜିଂ ପାଇଁ ହଇାଣ ହେବେନି। ପେଟ୍ରୋଲ ଓ ଡିଜେଲ୍ ଗାଡ଼ିର ବ୍ୟବହାର କମ୍ ହେବ। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି ଇଣ୍ଡିଆନ ଅଏଲ ଓଡ଼ିଶାର ମୁଖ୍ୟ ମହାପ୍ରବନ୍ଧକ ଏନ.ଏମ୍‌. ନିମଜୀ।

ସେହିପରି ସିଏନ୍‌ଜି ଷ୍ଟେସନ୍ କଥା ଯଦି ଦେଖିବା ରାଜ୍ୟରେ ବର୍ତ୍ତମାନ ଇଣ୍ଡିଆନ୍‌ ଅଏଲର ୧୯ଟି ସିଏନ୍‌ଜି ଷ୍ଟେସନ ରହିଛି। ଆସନ୍ତା ଆର୍ଥିକ ବର୍ଷରେ ଆଉ ୮ଟି ସିଏନ୍‌ଜି ଷ୍ଟେସନ୍‌ ଖୋଲାଯିବ। ଫଳରେ ଏଙି ସଂଖ୍ୟା ୨୭ରେ ପହଞ୍ଚିବ। ଧୀରେ ଧୀରେ ଏ କ୍ଷେତ୍ରରେ ଆହୁରି ଉନ୍ନତିକରଣ କାରିଯବ। କେବଳ ସେତିକି ନୁହେଁ, ବାଲେଶ୍ୱ ଜିଲ୍ଲା ସୋରଠାରେ ରାଜ୍ୟର ପ୍ରଥମ LNG ପମ୍ପ ଖୋଲିବ ବୋଲି ମଧ୍ୟ  ନିମଜୀ ଘୋଷଣା କରିଛନ୍ତି।

୨୦୪୬ ସୁଦ୍ଧା ଇଣ୍ଡିଆନ ଅଏଲ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ କାମ୍ପାନୀ ହେବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଗ୍ରୀନ ଇନିସିଏଟିଭକୁ ଗୁରୁତ୍ଵ ଦିଆଯାଉଛି। ଏଥିପାଇଁ ଇଲେକ୍ଟ୍ରିକ୍‌ ଯାନ ପାଇଁ ଆଲୁମିନିୟମ୍‌ ଏୟାର ବ୍ୟାଟେରୀ ତିଆରି ସହ ହାଇଡ୍ରୋଜେନ୍‌ ଇନ୍ଧନ ଚାଳିତ ବସ ଚଳାଚଳ ଦିଗରେ କମ୍ପାନୀ କାମ କରୁଛି ବୋଲି ସେ ସୂଚନା ଦେଇଛନ୍ତି।

ଆସନ୍ତା ୪ ମାସ ମଧ୍ୟରେ ରାଜ୍ୟରେ କମ୍ପାନୀର ୫ ନୂଆ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ଏହି ପ୍ରକଳ୍ପ ଗୁଡ଼ିକ ପାଇଁ ମୋଟ ୯୯୨୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୧୬୧ କୋଟି ଟଙ୍କା ମୂଲ୍ୟରେ ଖୋର୍ଦ୍ଧା LPG ବଟଲିଂ ପ୍ଲାଣ୍ଟ, ୬୯୦ କୋଟି ଟଙ୍କାରେ ପାରାଦୀପ LPG ଇମ୍ପୋର୍ଟ ଟର୍ମିନାଲ, ୨୩୨୧ କୋଟିରେ ପାରାଦୀପ-ହାଇଦ୍ରାବାଦ ପାଇପଲାଇନ  ଆଦି ପ୍ରକଳ୍ପ ରହିଛି।

ସେହିପରି ୧୧୦୦ କୋଟିର ପାରାଦୀପ-ସୋମନାଥପୁର-ହଳଦିଆ ପ୍ରଡକ୍ଟ ପାଇପଲାଇନ ଓ ପାରାଦୀପ ରିଫାଇନରୀରେ ୫୬୫୪ କୋଟିର ମୋନୋ ଇଥାଇଲିନ ଗ୍ଲାଇକଲ ପ୍ରକଳ୍ପ ରହିଛି। ଆସନ୍ତା ଆର୍ଥିକ ବର୍ଷ ପାରାଦୀପ ରିଫାଇନରୀରେ ୧୩ ହଜାର ୮୦୬ କୋଟି ଟଙ୍କା ପୁଞ୍ଜନିବେଶରେ ସ୍ଥାପନ ହେଉଥିବା PX – PTAକୁ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି IOCL ଓଡ଼ିଶା ମୁଖ୍ୟ ଏନ.ଏମ୍‌. ନିମଜୀ କହିଛନ୍ତି।

Related Articles

Back to top button