
ଆସନ୍ତା ୨୩ରୁ ଆରମ୍ଭ ହେବାକୁ ଯାଉଛି ୧୧ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
ଭୁବନେଶ୍ୱରରେ ଆସନ୍ତା ୨୩ରୁ ଆରମ୍ଭ ହେବାକୁ ଯାଉଛି ୧୧ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା। ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଏହି ମେଳା ଜୁନ୍ ୨ ଯାଏଁ ଦୀର୍ଘ ୧୦ ଦିନ ଧରି ଏହି ଚାଲିବ। ଏନେଇ ରେଡକ୍ରସ୍ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମଲ୍ଟି ସେକ୍ଟର ବିଟୁବି ଏବଂ ବିଟୁସି ପ୍ରଦର୍ଶନୀରେ ୨୨ଟି ରାଜ୍ୟ ଓ ୧୦ଟି ଦେଶରୁ ବ୍ୟବସାୟୀ ଯୋଗଦେବେ। ୪୫୦ ଷ୍ଟଲରେ ୧ଲକ୍ଷରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଉତ୍ପାଦ ଏଠାରେ ଉପଲବ୍ଧ ହେବ।
ରିଏଲ ଇଷ୍ଟେଟ, ଷ୍ଟାର୍ଟ ଅପ୍ କମ୍ପାନୀ, ଉତ୍ପାଦକ, ବିକାଶକାରୀ, ବ୍ୟାଙ୍କ, ନିର୍ମାଣ ସାମଗ୍ରୀ, ହାର୍ଡୱେର୍, ଆସବାବପତ୍ର, ଆଭ୍ୟନ୍ତରୀଣ, ଶିକ୍ଷା, ଘର ସାଜସଜ୍ଜା ସାମଗ୍ରୀ ପାଇପାରିବେ। ଥାଇଲ୍ୟାଣ୍ଡର ଅଳଙ୍କାର ଓ ଫୁଟ୍ ଓ୍ବେର୍, କୋରିଆ ଲେଡ଼ିଜ୍ ଆସେସୋରିଜ୍, ଥାଇ ଫୁଲ, ଆଫଗାନିସ୍ତାନ ଡ୍ରାଏ ଫ୍ରୁଟସ୍, ଦୁବାଇ କପଡ଼ା, ରାଜସ୍ଥାନୀ ମାର୍ବଲ, ଇରାନୀ ପର୍ସିଆନ କାର୍ପେଟ, ତୁର୍କୀ ମିଠା, କାଶ୍ମୀରୀ ଫର୍ନିଚର, ଇରାନୀ ଗହଣା, ମାଲେସିଆର ଫାଉଣ୍ଟେନ୍ ଏବଂ ବାଲାଂଦେଶୀ ହ୍ୟାଣ୍ଡଲୁମ ସହ ଭାରତୀୟ ହସ୍ତତନ୍ତ ଉତ୍ପାଦମାନ ଏହି ମେଳାରେ ଉପଲବ୍ଧ ହେବ।