ଭୁବନେଶ୍ୱରର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ୍ ପିନାକ ମିଶ୍ର

ଭୁବନେଶ୍ୱରର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ୨୦୧୧ ବ୍ୟାଚର ଆଇପିଏସ୍ ପିନାକ ମିଶ୍ର । ସେ ଗୁରୁବାର ଆନୁଷ୍ଠାନିକ ଭାବେ ୨୦୧୪ ବ୍ୟାଚର ଆଇପିଏସ୍ ପ୍ରତୀକ ସିଂଙ୍କ ସ୍ଥାନ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ପିନାକ ମିଶ୍ର ପୁରୀ ଏସପି ଭାବେ କାର୍ଯ୍ୟ କରୁଥିଲେ ।

ଗୁରୁବାର ଦିନ ଆଇପିଏସ୍ ପିନାକ ମିଶ୍ର ଭୁବନେଶ୍ୱରର ନୂତନ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୋଲିସ ସେବା ଭବନରେ ଭୁବେନଶ୍ୱର ୟୁପିଡିର ନୂଆ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପିନାକ ମିଶ୍ର । ପୋଲିସ କମିଶନର ପିନାକ ମିଶ୍ରଙ୍କୁ କମିଶନରେଟ୍ ପୋଲିସର ବ୍ୟାଚ ପିନ୍ଧାଇ ସ୍ୱାଗତ କରିଛନ୍ତି ।୧୯୮୫ ମସିହାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଜନ୍ମିତ ଶ୍ରୀ ମିଶ୍ର ଜଣେ ମେଧାବୀ ଛାତ୍ର ଥିଲେ । ୨୦୦୮ ମସିହାରେ ଜେଏନୟୁରୁ କଳାରେ ସ୍ନାତକୋତ୍ତର ହାସଲ କରିବା ପରେ ୨୦୧୧ ମସିହାରେ ସେଠାରେ ଏଫଫିଲ ଶିକ୍ଷା ସମାପନ କରିଥିଲେ । ଏଥିସହ ୨୦୧୧େ ମସିହାରେ ଆଇପିଏସରେ ସଫଳତା ପାଇଥିଲେ । ପ୍ରଥମେ ସେ ମାଲକାନଗିରି ଏସଡିପିଓ ଭାବେ ନିଯୁକ୍ତି ପାଇଥିଲେ । ଏହା ପରେ ତାଙ୍କୁ ନବରଙ୍ଗପୁରର ଅତିରିକ୍ତ ଏସପି ଦାୟିତ୍ୱ ମିଳିଥିଲା । ଏସପି ଭାବେ ସେ ପ୍ରଥମେ ନୂଆପଡା ଜିଲ୍ଲାରେ କାମ କରିଥିଲେ । ଏହା ପରେ କନ୍ଧମାଳ, ସୁନ୍ଦରଗଡ ଓ ବ୍ରହ୍ମପୁରରେ ଏସପି ଭାବେ କାର୍ଯ୍ୟ କରିଥିଲେ । ୨୦୨୨ ମସିହାରେ ସେ କଟକ ଡିସିପି ଭାବେ ଯୋଗ ଦେଇଥିଲେ ।

Related Articles

Back to top button