ବୟସ ସୀମାକୁ ୩ ବର୍ଷ କୋହଳ ହେଲା ଇଣ୍ଡିଆନ ରିଜର୍ଭ ବାଟାଲିୟନ କନେଷ୍ଟବଳ ନିଯୁକ୍ତି

ଇଣ୍ଡିଆନ ରିଜର୍ଭ ବାଟାଲିୟନ କନେଷ୍ଟବଳ ନିଯୁକ୍ତି ନେଇ ଆଶାୟୀଙ୍କ ପାଇଁ ଆଶ୍ୱସ୍ତିଜନକ ଖବର ଆସିଛି । ନିଯୁକ୍ତି ପ୍ରକ୍ରିୟାରେ ବୟସ ସୀମାକୁ ୩ ବର୍ଷ କୋହଳ କରିଛନ୍ତି ରାଜ୍ୟ ସରକାର । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ଏହି ନିଷ୍ପତ୍ତି ନେଇଛି । ଏ ନେଇ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଚିଠି ଲେଖି ଜଣାଇଛନ୍ତି । ଆଇଆରବିରେ ୩ ବର୍ଷ ବୟସ ସୀମା କୋହଳ କରିବାକୁ ଆଶାୟୀମାନେ ଦାବି କରିଥିଲେ । ଏ ନେଇ ହାଇକୋର୍ଟରେ ମାମଲାର ଆବେଦନ କରାଯାଇଥିଲା । ଫଳରେ ମାର୍ଚ୍ଚ ୧୭ ତାରିଖରୁ ହେବାକୁ ଥିବା ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ରହିତାଦେଶ ଲଗାଇଥିଲେ । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ ବୟସ ସୀମା କୋହଳ କରିବାକୁ ନିଷ୍ପତ୍ତି ହୋଇଛି ।

Related Articles

Back to top button