ଖରାଛୁଟିରେ ସ୍କୁଲ ପିଲାଙ୍କୁ ଦିଆଯିବ ଆଇରନ ଏବଂ ଫଲିକଏସିଡ ବଟିକା, ଘର ଘର ବୁଲି ବଟିକା ବାଣ୍ଟିବେ ଶିକ୍ଷକ

ଭୁବନେଶ୍ୱର: ବଢ଼ୁଥିବା ଖରାକୁ ଦେଖି ସରକାର ଏବେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ବଡ ପଦକ୍ଷେପ ନେଇଛନ୍ତି । ଛାତ୍ରଛାତ୍ରୀ ମାନଙ୍କୁ ଆଇରନ ଏବଂ ଫଲିକଏସିଡ ବଟିକା ଦିଆଯିବ ବୋଲି ସୂଚନା ଦେଇଛି । ଏଥିପାଇଁ ସମସ୍ତ ଜିଲ୍ଲା ଅଧିକାରୀ ମାନଙ୍କୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛନ୍ତି ।

ସୂଚନାମୁତାବକ ଖରାଛୁଟିରେ ପିଲା ମାନଙ୍କୁ ଏହି ବଟିକା ଦିଆଯିବ । ପ୍ରତ୍ୟେକ ପିଲାମାନଙ୍କୁ ଏହି କ୍ରମରେ ୮ଟି ଲେଖାଏଁ ବଟିକା ଦିଆଯିବ । ଜୁନ ୧୬ ଯାଏଁ ଘରକୁ ଘର ବୁଲି ଏହି ବଟିକା ପ୍ରଦାନ କରାଯିବ। ଅମ୍ଳାନ କାର୍ଯ୍ୟକ୍ରମ ଜରିଆମେ ଆମୋନିଆ ମୁକ୍ତ ଓଡିଶା ଗଠନ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଏହାକାର୍ଯ୍ୟରେ ଶିକ୍ଷକ ମାନେ ନିଯୋଜିତ ହେବେ । କେବଳ ଏତିକି ନୁହେଁ ଟାବଲେଟ ବାଣ୍ଟିବା ପରେ ସେମାନେ ବିଭାଗକୁ ଏହି ବିଷୟରେ ମଧ୍ୟ ଅବଗତ କରାଇବା ନେଇ ସୂଚନା ମିଳିଛି ।

Related Articles

Back to top button