ରାଜ୍ୟରେ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟରେ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପ୍ରସଙ୍ଗରେ ହାଇକୋର୍ଟ ନୂଆ କଟ ଅଫ ମାର୍କ ସ୍ଥିର କରି ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଗତ ବର୍ଷ ଅକ୍ଟୋବରରେ ପ୍ରକାଶ ପାଇଥିଲା ବିଜ୍ଞପ୍ତି। ଚୟନ ପ୍ରକ୍ରିୟାକୁ ନେଇ ବିବାଦ ପରେ ହାଇକୋର୍ଟଙ୍କ ନିର୍ଦେଶରେ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି। ବିଭିନ୍ନ କାରଣରୁ ପ୍ରାୟ ୪ ହଜାରରୁ ଉର୍ଦ୍ଧ ପଦବୀ ପୂରଣ ହୋଇନାହିଁ। ସେହି ପଦବୀ ଗୁଡିକ ପୂରଣ କରିବାକୁ ସାନି ମେରିଟ ଲିଷ୍ଟ ପାଇଁ ପୁଣି ମାମଲା ଦାୟର ହୋଇଥିଲା ।

Related Articles

Back to top button