ଆଉ ୬ ଜଣ କିଟ କର୍ତୃପକ୍ଷଙ୍କୁ ହାଜର ହେବା ଲାଗି ନୋଟିସ

ନେପାଳୀ ଛାତ୍ରୀ  ଆତ୍ମହତ୍ୟା ସମୟରେ ଘଟିଥିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆଜି ଆଉ ୬ ଜଣ କିଟ କର୍ତୃପକ୍ଷଙ୍କୁ ହାଜର ହେବା ଲାଗି ନୋଟିସ ଦେଇଛି। ଏଥିଲାଗି ଉଚ୍ଚଶିକ୍ଷା ବିଭାଗ ଗଠନ କରିଥିବା ତଥ୍ୟ ଅନୁସନ୍ଧାନକାରୀ କମିଟି ପୂର୍ବରୁ ୭ ଜଣଙ୍କୁ ଡାକିଥିବା ବେଳେ, ଆଜି ପୁଣି ଆଉ ୬ ଜଣଙ୍କୁ ଡାକିବା ପଛର କାରଣ ଜଣାପଡିନାହିଁ। ସେମାନଙ୍କୁ ଚଳିତ ମାସ ୨୭ ତାରିଖ ଅର୍ଥାତ ଗୁରୁବାର ଦିନ ହାଜର ହେବାକୁ କୁହାଯାଇଛି। କିଟ ବିଶ୍ୱବିଦ୍ୟାଳୟର ଯେଉଁ ୬ ଜଣଙ୍କୁ ନୋଟିସ ଜାରି କରାଯାଇଛି, ସେମାନେ ହେଉଛନ୍ତି ମୁଖ୍ୟ ପ୍ରୋକ୍ଟର ପି.କେ. ପଟ୍ଟନାୟକ, ହଷ୍ଟେଲ ଅଧିକ୍ଷକ ସଂହିତା ମିଶ୍ର, ସହ ନିର୍ଦ୍ଦେଶିକା ସ୍ମରୀକା ପତି, ଆଇସି ମୁଖ୍ୟ ପ୍ରଫେସର ଡଃ ଈପସିତା ଶତପଥୀ, ପ୍ରଶାସନିକ ଅଧିକାରୀ ସିଦ୍ଧାର୍ଥ ରାୟ ଓ ଅନ୍ୟ ଜଣେ।

ପରିପାର୍ଶ୍ଵିକ ଘଟଣାବଳୀକୁ ବିଚାରକୁ ନେଲେ, ତଦନ୍ତ ପ୍ରକ୍ରିୟା ଅଳ୍ପ ଦିନ ମଧ୍ୟରେ ସରିପାରନ୍ତା କିନ୍ତୁ ଯଦି କିଛିଦିନ ଅନ୍ତରରେ ଯଦି ଏହିଭଳି କିଛି କିଛି ଜଣଙ୍କୁ ଡକାଯାଏ ତେବେ ତଦନ୍ତର ଗତି ଅନ୍ୟ ସବୁ ସରକାରୀ ତଦନ୍ତ ଭଳି ହେବ। ଆଜି ଯେଉଁ ୬ ଜଣଙ୍କୁ ଆସନ୍ତା ୨୭ରେ ହାଜର ହେବାକୁ ଡକାଯାଇଛି, ସେମାନଙ୍କୁ ପୂର୍ବ ଥର ମଧ୍ୟ ଡକାଯାଇ ପାରିଥାନ୍ତା କିନ୍ତୁ ତାହା କାହିଁକି କରାଗଲା ନାହିଁ ଓ ଏବେ ସେମାନଙ୍କୁ କାହିଁକି ଡାକିବା ଆବଶ୍ୟକ ପଡିଲା, ତାହା ବୁଝା ପଡୁନାହିଁ।ସୂଚନା ଅନୁଯାୟୀ, ଗତ ୪ ଦିନ ପୂର୍ବରୁ କିଟ ବିଶ୍ୱବିଦ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କ ସ୍ୱାମୀଙ୍କୁ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପକ୍ଷରୁ ଘଟଣା ସମ୍ପର୍କରେ ପଚାରିଥିଲେ କିନ୍ତୁ ସେ କିଟ ବିରୋଧରେ କହିବା ପରିବର୍ତ୍ତେ ସମ୍ପୃକ୍ତ ଗଣମାଧ୍ୟମର ଭିତିରି କଥା କହିଦେଇଥିଲେ ଯାହା ପରେ ଭାଇରାଲ ହୋଇଥିଲା।

Related Articles

Back to top button