
କିଛି ଖାଉ ନଥିବାରୁ ଦୁର୍ବଳ ହେଉଛି ବାଘୁଣୀ ଜିନ୍ନତ : ଟ୍ରାଙ୍କୁଲାଇଜ ନକରିବାକୁ ଚିନ୍ତା କରୁଛି ବନବିଭାଗ
ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ ଏବେ ବି ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଛି। ଜଙ୍ଗଲ ବିଭାଗ ଜିନ୍ନତ ଉପରେ ତୀକ୍ଷ୍ମ ନଜର ରଖିଛି। ଏବେ ବି ଏକ ସ୍ବତନ୍ତ୍ର ଟିମ୍ ଝାଡ଼ଖଣ୍ଡରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଟ୍ରାଙ୍କୁଲାଇଜ କରି ଶିମିଳିପାଳ ଫେରାଇ ଆଣିବାକୁ ଚିନ୍ତା କରାଯାଉଥିଲେ ମଧ୍ୟ ଏହା ଏତେ ସହଜ ପ୍ରକ୍ରିୟା ନୁହେଁ। ଏକ ସ୍ବତନ୍ତ୍ର ଟିମ୍ ଝାଡ଼ଖଣ୍ଡରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଜିନ୍ନତକୁ ଟ୍ରାଙ୍କୁଲାଇଜ କରି ଶିମିଳିପାଳ ଫେରାଇ ଆଣିବାକୁ ଚିନ୍ତା କରାଯାଉଥିଲେ ମଧ୍ୟ ଏହା ଏତେ ସହଜ ପ୍ରକ୍ରିୟା ନୁହେଁ। ଗତ ୪ଦିନ ହେଲା ଜିନ୍ନତ କିଛି ଖାଉ ନଥିବାରୁ ଦିନକୁ ଦିନ ଦୁର୍ବଳ ହେଉଛି। ଏଭଳି ଅବସ୍ଥାରେ ଟ୍ରାଙ୍କୁଲାଇଜ କରିବା ସୁରକ୍ଷିତ ନୁହେଁ। ହେଲେ ଜିନ୍ନତକୁ ଫେରାଇ ଆଣିବାକୁ ବିଭାଗ ଉଦ୍ୟମ ଜାରି ରହିଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।