ଜଗାର ହେବ ଖପୁରି ପ୍ରତିରୋପଣ, ପରିବାର ଲୋକେ ଖୁସି

ଫୁଲବାଣୀ : ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ମିଲୁପଡା ଗ୍ରାମର ଯୋଡ଼ା ମୁଣ୍ଡ ଜଗାର ଅତିଶୀଘ୍ର ଖପୁରି ପ୍ରତିରୋପଣ କରାଯିବ । ଏ ନେଇ ଡିଲ୍ଲୀ ଏଏମଏସ ନ୍ୟୁରୋସର୍ଜରୀ ଡାକ୍ତର ନିରଜଗୁପ୍ତା କହିଥିବା ଜଗା ର ବାପା ଭୁୟାକହଁର କହିଛନ୍ତି l ଜଗା ଏବେ ଚଲlବୁଲl କରୁଛି ଓ ତାର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା କଥା ଜଗା କୁ ରେଗୁଲାର ଯାଞ୍ଚ କରୁଥିବା ଡାକ୍ତର କହିଛନ୍ତି ।

ଗତ ୧୬ ତାରିଖରେ ଜଗାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତର ଗୁପ୍ତା ଆସିଥିଲେ । ସେତେବେଳେ ତାର ଖପୁରି ପ୍ରତିରୋପଣ ନେଇ ଡାକ୍ତରୀ ଟିମ ଆଲୋଚନା କରିଥିଲେ । ଫଳରେ ଜଗାର ବାପା ଭୂୟାଁ କହଁର ଓ ମା ଖୁସି ବ୍ୟକ୍ତ କରିଛନ୍ତି । ଦୀର୍ଘ ପାଞ୍ଚ ବର୍ଷ ହେଲା ଆମେ ଡାକ୍ତରଖାନାରେ ଅଛୁ, ଗାଁକୁ ଯାଇପାରୁନୁ । ଶିଘ୍ର ଅପେରସନ ସାରିଲେ ଅନ୍ତତଃ ଗାଁକୁ ଯିବୁ ବୋଲିଭୂୟାଁ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ୨୦୧୭ ଅକ୍ଟୋବର ମାସରେ ଦିଲ୍ଲୀ ଏଏମଏସରେ ଯୋଡାମୁଣ୍ଡ ଜଗା କାଳିଆର ଅପେରସନ ହୋଇଥିଲା । କିନ୍ତୁ ଗତବର୍ଷ କାଳିଆର ମୃତ୍ୟୁ ହୋଇଥିଲା ।

Related Articles

Back to top button