ଯାଜପୁର ଜିଲ୍ଲା ମହୋତ୍ସବରେ ବଲିଉଡ କଳାକାର ଆୟୁସମାନ ଖୁରାନାଙ୍କ ଗୀତରେ ଝୁମିଲେ ଦର୍ଶକ

ଯାଜପୁର : ଜିଲ୍ଲା ମ‌ହୋତ୍ସବର ତୃତୀୟ ସଂଧ୍ୟା। ଜିଲ୍ଲା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ବଲିଉଡ କଳାକାର ଆୟୁସମାନ ଖୁରାନାଙ୍କ ଗୀତରେ ଝୁମିଲେ ଦର୍ଶକ। ଆୟୁସମାନ ମଞ୍ଚ ଉପରକୁ ଆସି ଦର୍ଶକଙ୍କୁ ଉତ୍ସାହିତ କରିବା ସହ ଗୋଟିଏ ପରେ ଗୋଟିଏ ଗୀତ ଗାଇ ନିଜ ଗୀତରେ ଦର୍ଶକଙ୍କୁ ହଜେଇ ଦେଇଥିଲେ। ଏଥିସହ ଦର୍ଶକ ମାନେ କିପରି ଅଛନ୍ତି ପଚାରି ବୁଝିଥିଲେ। ତାଙ୍କର ଏହି କଥା ଦର୍ଶକଙ୍କୁ ବେଶ୍‌ ଉତ୍ସାହିତ କରିଥିଲା। ସମସ୍ତ ଦର୍ଶକ ଆୟୁସମାନ୍‌ ଖୁରାନାଙ୍କ ଗୀତରେ ଏପରି ମଜି ଯାଇଥିଲେ ଯେ ଯାଜପୁର କମ୍ପି ଉଠିଥିଲା ।

ତୃତୀୟ ସନ୍ଧ୍ୟାରେ ଓଲିଉଡ ଓ ବଲିଉଡ କଳାକାରଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଓଲିଉଡ ଅଭିନେତ୍ରୀ ଶୀତଲଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ତେବେ ଓଡିଶାର ବହୁ ବିଧାୟକ ଏହି ମହୋତ୍ସବରେ ସାମିଲ ହୋଇଥିଲେ। ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ଯୋଗ ଦେଇ ଯାଜପୁର ବିକାଶର ରାସ୍ତାରେ ଅଗ୍ରସର ହେଉଛି ଏଥିସହ ଯାଜପୁରର ବିକାଶ ଓଡିଶାକୁ ଏକ ନୂତନ ଦିର୍ଗଦର୍ଶନ ଦେବ। ତେବେ ଏହି ବିକାଶରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବ ରହିଛି ବୋଲି ମତ ଦେଇଥିଲେ।

ଏହି ଅବସରରେ ବାଙ୍କୀ ବିଧାୟକ ଦେବୀ ତ୍ରିପାଠୀ, ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର,ଚାନ୍ଦବାଲି ବିଧାୟକ  ବୈମକେଶ ରାୟ, ପିପିଲି ବିଧାୟକ ରୁଦ୍ର ମହାରଥୀ,  ଢ଼େଙ୍କାନାଳ ବିଧାୟକ, ଭଦ୍ରକ ବିଧାୟକ, ବାସୁଦେବପୁର ବିଧାୟକ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରମୁଖ ସାମିଲ ହୋଇଥି‌ଲେ। ତୃତୀୟ  ସଂଧ୍ୟାରେ ପ୍ରଥମ ପର୍ଯ୍ୟାୟରେ ଓଲିଉଡର କଳାକାରମାନେ ଅନେକ ଗୀତରେ ଦର୍ଶକମାନଙ୍କୁ ମତୁଆଲା କରିଥିଲେ। ଓଡିଆ ଅଭିନେତ୍ରୀ ଶୀତଲ, ପ୍ରଜ୍ଞାନ, କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ, ଜ୍ୟୋତି,ଦିବ୍ୟା ପ୍ରମୁଖ ଲୋକପ୍ରିୟ ଗୀତ ଆହେ ନୀଳ ଶୈଳ ପରି ଅନେକ ନୂଆ ପୁରୁଣା ଗୀତରେ ଦର୍ଶକଙ୍କ ମନକୁ ଜିତି ପାରିଥିଲେ। ଶେଷରେ ବଲିଉଡ କଣ୍ଠଶିଳ୍ପୀ ଆୟୁସମାନ ଖୁରାନା ଗୋଟିଏ ପରେ ଗୋଟିଏ ହିଟ ଗୀତ ଗାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ

Related Articles

Back to top button