ଜନ୍ମାଷ୍ଟମୀ ବହୁ ଧୁମଧାମରେ ପାଳିତ: ଚଳଚଞ୍ଚଳ ହେଲା ମନ୍ଦିର ମଣ୍ଡପ ଓ କୋଠଘର

ଦାରିଙ୍ଗବାଡି: ଗୁରୁବାର ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ବହୁ ଧୁମଧାମରେ ପାଳିତ ହୋଇଛି। ରାଜ୍ୟର ବିଭିନ୍ନ ମନ୍ଦିର, ଅନୁଷ୍ଠାନ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଛୋଟ ପିଲାମାନଙ୍କୁ ଶ୍ରୀକୃଷ୍ଣ ଓ ରାଧାଙ୍କ ବେଶରେ ଦେଖିବାକୁ ମିଳିଛି। ଏହା ସହିତ ଶ୍ରକୃ୍ଷ୍ଣଙ୍କ ପାଖେ ୫୬ ଭୋଗ ଲାଗି କରାଯାଇ ପୂଜାର୍ଚ୍ଚନା ମଧ୍ୟ କରାଯାଇଛି। ଭକ୍ତମାନେ ଆଜି ଉପବାସ ରହି ଶ୍ରୀକୃଷ୍ଣଙ୍କ ପାଖେ ଖୁବ ନିଷ୍ଠାର ସହିତ ଜନ୍ମାଷ୍ଟମୀ ପୂଜା  କରୁଥିବା ଦେଖିବାକୁ ମିଳିଛି। ପ୍ରତ୍ୟକ ବର୍ଷ ଶ୍ରୀକୃଷ୍ଣଙ୍କ ମଥୁରା ଓ କୃର୍ଷ୍ଣ ତିର୍ଥ ବୃନ୍ଦାବନରେ ବହୁ ଆଡ଼ମ୍ବରରେ ପାଳନ ହୋଇଥାଏ। ବୃନ୍ଦାବନରେ କୃଷ୍ଣଙ୍କ ଜନ୍ମଦିନ ପାଳନ କରାଯାଉଥିବା ବେଳେ ମଥୁରାରେ ତାଙ୍କର ଜନ୍ମୋତ୍ସବ ମନାଯାଇଥାଏ। ମାସକ ପୂର୍ବରୁ ମନ୍ଦିରର ସାଜସଜ୍ଜା, ଦୋଳିମାନ ପ୍ରସ୍ତୁତ ହୋଇଥାଏ। ଏହି ସମୟରେ ଶ୍ରୀକୃଷ୍ଣଙ୍କ ପାଖେ ଛପନ ଭୋଗ ଲାଗିକରାଯିବାର ପରମ୍ପରା ଆଜି ରହିଛି।

ଏହା ପଛରେ ମଧ୍ୟ ଏକ ପାରମ୍ପରିକ କାରଣ ରହିଛି। ମା’ ଯଶୋଦା କୃଷ୍ଣଙ୍କୁ ଆଠ ପ୍ରହର ବା ଆଠ ଥର ଖାଦ୍ୟ ଖୁଆନ୍ତି। ଦିନେ ଗୋକୁଳରେ ବର୍ଷା ହୋଇଥିବା ବେଳେ ଗୋବର୍ଦ୍ଧନ ପର୍ବତକୁ କୃଷ୍ଣ ନିଜ କାଣି ଆଙ୍ଗୁଠିରେ ଧରି ଗାଁଲୋକଙ୍କୁ ସେଥିରେ ଆଶ୍ରୟ ଦେଇଥିଲେ। ସେହି ସମୟରେ କୃଷ୍ଣ ୭ ଦିନ ପର୍ଯ୍ୟନ୍ତ କିଛି ଖାଇ ନ ଥିଲେ। ବର୍ଷା ଛାଡିବା ପରେ ଯଶୋଦା ଓ ଗୋକୁଳବାସୀ ଆଠ ପ୍ରହର ହିସାବରେ ୭ଦିନକୁ ମିଶାଇ ଛପନ ପ୍ରକାରର ସ୍ବାଦିଷ୍ଟ ବ୍ୟଞ୍ଜନ ତିଆରି କରି ଶ୍ରୀକୃଷ୍ଣଙ୍କୁ ଖାଇବାକୁ ଦେଇଥିଲେ। ସେବେଠାରୁ କୃଷ୍ଣଙ୍କ ପାଖେ ଛପନଭୋଗ ଓ ତାମଧ୍ୟରେ ମନପସନ୍ଦର ବ୍ୟଞ୍ଜନ ରହିଥାଏ। ଏହି ପରମ୍ପରା ବହୁ ବର୍ଷରୁ  ରହି ଆସିଛି। ଏହା ଏବେ ମଧ୍ୟ ଦେଖିବାକୁ ମିଳୁଛି। ଦାରିଙ୍ଗିବାଡି ବ୍ଲକର ରାଧାକୃଷ୍ଣମନ୍ଦିର, ସୀମନବାଡି,ବୁଡ଼ାଗୁଡା, କିରୀକୁଟି, ଶ୍ରନିକେତା, ଗଦାପୁର ଭଳି ବିଭିନ୍ନ ସ୍ଥାନରେ ଧୁମଧାମରେ କୃଷ୍ଣ ଭକ୍ତ ଏହି ଉତ୍ସବ ପାଳନ କରୁଛନ୍ତି।

Related Articles

Back to top button