ଶିଶୁ କଳାକାର ସୁହାନୀ ଭଟନାଗରଙ୍କର ୧୯ ବର୍ଷ ବୟସରେ ମୃତ୍ୟୁ

ଆମୀର ଖାନଙ୍କ ସୁପରହିଟ ଫିଲ୍ମ ଦଙ୍ଗଲରେ ଅମୀର ଖାନଙ୍କ ଝିଅ ବବିତା ଫୋଗାଟଙ୍କ ଚରିତ୍ରରେ ଅଭିନୟ କରିଥିବା ଶିଶୁ କଳାକାର ସୁହାନୀ ଭଟନାଗରଙ୍କର ମାତ୍ର ୧୯ ବର୍ଷ ବୟସରେ ମୃତ୍ୟୁ ଘଟିଛି । ସୁହାନୀ କିଛିଦିନ ଧରି ଅସୁସ୍ଥ ଥିଲେ । ସୁହାନୀ କିଛିଦିନ ହେଲା ଏମ୍ସରେ ଚିକିସ୍ଥିତ ହେଉଥିଲେ । କିନ୍ତୁ ଅନେକ ଚେଷ୍ଟା ସତ୍ୱେ ମଧ୍ୟ ଡାକ୍ତରମାନେ ସୁହାନୀଙ୍କୁ ବଂଚାଇ ପାରିନଥିଲେ । ସୁହାନିଙ୍କ ମୃତ୍ୟୁରେ ପୁରା ବଲିଉଡ ଦୁଃଖ ପ୍ରକାଶ କରିଛି । ସୁହାନୀଙ୍କ ପ୍ରଶଂସକମାନେ ଗଭୀର ଭାବରେ ଚକିତ ହୋଇଯାଇଛନ୍ତି ଏହି ଖବର ଶୁଣି । ଦୀର୍ଘ ଦିନର ଅସୁସ୍ଥତା ପରେ ସୁହାନୀଙ୍କର ମୃତ୍ୟୁ ହୋଇଛି ।ସୁହାନୀଙ୍କ ମୃତ୍ୟୁରେ ତାଙ୍କ ପରିବାର ଲୋକମାନେ ପୁରାପୁରି ଭାଙ୍ଗି ପଡିଛନ୍ତି । ତାଙ୍କ ପିତା ମାତାଙ୍କ ଅବସ୍ଥା କାନ୍ଦି କାନ୍ଦି ଖରାପ ହୋଇପଡିଲାଣି । ସୂଚନା ଅନୁସାରେ ସୁହାନୀ ତାଙ୍କ ପରିବାର ସହ ଫରିଦାବାଦରେ ରହୁଥିଲେ । ରିପୋର୍ଟରୁ ଜଣାପଡିଛି କି ସୁହାନୀଙ୍କ ଅନ୍ତିମ ସଂସ୍କାର ଅଜ୍ରୋଣ୍ଡା ସ୍ୱର୍ଗ ଆଶ୍ରମରେ ଅନୁଷ୍ଠିତ ହେବ । କୁହାଯାଉଛି କି ସୁହାନୀଙ୍କର କିଛି ଦିନ ପୁର୍ବରୁ ଗୋଡ ଭାଙ୍ଗି ଯାଇଥିଲା ଏବଂ ଏଥି ପାଇଁ ସେ ମେଡିସିନ୍ ଖାଉଥିଲେ । ମେଡିସିନ ରିଆକ୍ସନ ହେବାରୁ ତାଙ୍କର ସମ୍ପୂର୍ଣ୍ଣ ଶରୀର ପାଣିରେ ପରିପୂର୍ଣ୍ଣ ହୋଇଯାଇଥିଲା । ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଛି ।

୨୦୧୬ ରେ ମୁକ୍ତିଲାଭ କରିଥିବା ଆମୀର ଖାନଙ୍କ ଫିଲ୍ମ ଦଙ୍ଗଲ ସହିତ ସୁହାନୀ ଭଟନଗର ବଲିଉଡରେ ଡେବ୍ୟୁ କରିଥିଲେ । ଅଭିନୟ କରିବା ସହ ସୁହାନୀ ଗୀତ ଏବଂ ନୃତ୍ୟକୁ ବହୁତ ଭଲ ପାଉଥିଲେ । ଏହି ଚଳଚିତ୍ର ବ୍ୟତୀତ ସୁହାନୀ ଅନେକ ବିଜ୍ଞାପନ ମଧ୍ୟ କରିଥିଲେ । ହେଲେ ଦଙ୍ଗଲ ଫିଲ୍ମ ମାଧ୍ୟମରେ ସେ ଅନେକ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କର ନିରୀହତା ଏବଂ ଅଭିନୟକୁ ପ୍ରଶଂସକମାନେ ଅନେକ ପସନ୍ଦ କରିଥିଲେ ।

Related Articles

Back to top button