
ଆଇଟିବିପି ଯବାନମାନଙ୍କୁ ନେଇ ଛତିଶଗଡ ଅଭିମୁଖେ ଯିବା ବେଳେ ବୋଲଗଡ ନିକଟରେ ଓଲଟିଲା ଗାଡି: ୬ ଜଣ ଆହତ
ଖୋର୍ଦ୍ଧା: ITBP ଯବାନମାନଙ୍କୁ ନେଇ ଯାଉଥିବା ବେଳେ ଗାଡିଟି ଦୁର୍ଘଟଣାର ଶିକାର ହୋଇଛି । ଛତିଶଗଡ ଯିବା ବାଟରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଏକାଧିକ ଯବାନ ଏଥିରେ ଆହତ ହୋଇଛନ୍ତି । ଆଇଟିବିପି ଯବାନମାନଙ୍କୁ ନେଇ ଛତିଶଗଡ ଅଭିମୁଖେ ଯାଉଥିବା ବେଳେ ବୋଲଗଡ ନିକଟରେ ହଠାତ ଗାଡିଟି ରାସ୍ତା ତଳକୁ ଓଲଟି ପଡିଛି । ଏହି ଦୁର୍ଘଟଣାରେ ୬ ଜଣ ଯବାନ ଆହତ ହୋଇଥିବା ନେଇ ଜାଣିବାକୁ ମିଳିଛି । ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ନୂଆ ରିପୋର୍ଟ ମିଳିପାରିନାହିଁ ।