ଯାଜପୁରରେ ଗହଣା ଶୋ’ ରୁମ ଲୁଟ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗରରେ ଥିବା ଏକ ଗହଣା ଶୋ’ ରୁମରେ ବିପୁଳ ପରିମାଣର ଗହଣା ଲୁଟି ନେଇଛନ୍ତି ଲୁଟେରା । ଏହି ଘଟଣାରେ ଶୋ’ ରୁମର ଦୁଇ ଜଣ କର୍ମଚାରୀ ଆହତ ହୋଇଥିବା ଜାଣିବାକୁ ମିଳିଛି । ସିକ୍ୟୁରିଟି ଗାର୍ଡକୁ ମଧ୍ୟ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଯାଜପୁର ଜିଲ୍ଲା ଅନ୍ତର୍ଗତ ବ୍ୟାସନଗର ଅଞ୍ଚଳର ଏକ ଗହଣା ଶୋ’ରୁମ ଆଜି ଡକାୟତଙ୍କ ଲୁଟର ଶିକାର ପାଲଟିଛି । ଦିନ ସାଢେ ଗୋଟାଏରୁ ୨ଟା ଭିତରେ ଦୁର୍ବୃତ୍ତମାନେ ସୋ’ରୁମରେ ପଶି ଏଭଳି କାଣ୍ଡ ଘଟାଇଛନ୍ତି । ହାତରେ ବନ୍ଧୁକ ଧରି ୭ ଜଣ ଲୁଟେରା ସୋ’ରୁମ୍ ରେ ପଶି ଗ୍ରାହକଙ୍କୁ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକ ଛଡାଇ ନେଇ ଭାଙ୍ଗି ଦେଇଥିଲେ ଦୁର୍ବୃତ୍ତ । ଏହାବ୍ୟତୀତ ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ମଧ୍ୟ ସେମାନେ ମାଡ ମାରିଥିଲେ । ଲୁଟେରାଙ୍କ ମାଡରେ ଦୁଇ ଜଣ କର୍ମଚାରୀ ଆହତ ହୋଇଥିବା ଜାଣିବାକୁ ମିଳିଛି । ବନ୍ଧୁକ ମୁନରେ ସୋ’ରୁମରୁ ଗହଣା ଲୁଟି ନେଇଥିବା ବେଳେ କେତେ ପରିମାଣରେ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button