ରାଜଧାନୀ ଉପକଣ୍ଠକୁ ଉଠିଯିବ ଝାଡପଡା ସ୍ୱତନ୍ତ୍ର ଜେଲ, ବଦଳିବ ନାଁ

ଭୁବନେଶ୍ୱର:  ବଦଳିବ ଝାଡପଡା ସ୍ୱତନ୍ତ୍ର ଜେଲର ନାମ। ଖାଲି ନାମ ବଦଳିବନି। ଠିକଣା ମଧ୍ୟ ବଦଳିଯିବ।  ରାଜଧାନୀ ଉପକଣ୍ଠକୁ ଉଠିଯିବ ଏହି ଜେଲ ଏବଂ ଏହାର ନୂଆ ପରିଚୟ  ହେବ ଭୁବନେଶ୍ୱର ସେଣ୍ଟ୍ରାଲ ଜେଲ। ଆସନ୍ତା ଏକ ସପ୍ତାହ ମଧ୍ୟରେ ଆରମ୍ଭ ହେବ ନିର୍ମାଣ କାମ।  ଏଥିପାଇଁ ରାଜ୍ୟ ସରକାର ୪୫ ଏକର ଜମି ଚିହ୍ନଟ କରିଛନ୍ତି। ଏହି ସେଣ୍ଟ୍ରାଲ ଜେଲର ମଡେଲ ଠିକ ତିହାର ଜେଲ ପରି ହେବ। ଏହାର ନକ୍ସା ପ୍ରସ୍ତୁତ ହୋଇ ସାରିଥିବା ଜେଲ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏହି ଜେଲ ରାଜଧାନୀ ଉପକଣ୍ଠରେ ଥିବା ଟ୍ରେନିଂ ଏକାଡେମୀ ଏବଂ ମୁକ୍ତାକାଶ ଜେଲର ମଝି ସ୍ଥାନରେ ନିର୍ମାଣ କରାଯିବ। ଝାଡପଡା ସ୍ୱତନ୍ତ୍ର ଜେଲରେ ୯୯୧ ଜଣ କଏଦୀ ରହିବାର ସୁବିଧା ଥିବାବେଳେ ଏହି ନୂଆ ସେଣ୍ଟ୍ରାଲ ଜେଲରେ ଅଢେଇରୁ ତିନି ହଜାର ପର୍ଯ୍ୟନ୍ତ କଏଦୀ ରହିପାରିବେ। ଏଠାରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ବି ସ୍ୱତନ୍ତ୍ର ସୁବିଧା ରହିଛି। ଜେଲ ଭିତରେ ରହିବ ଉନ୍ନତମାନର ଡାକ୍ତରଖାନା ସୁବିଧା। ଏହି ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଉପଲବ୍ଧ ହେବ। ଜେଲକୁ ଲାଗି ସ୍ୱତନ୍ତ୍ର ଫାଣ୍ଡି ବି ରହିବ।

Related Articles

Back to top button