କୃଷି ଉଡ଼ାଣ ଯୋଜନା ୨.୦ ଅଧୀନରେ ଦେଶର ୫୮ଟି ବିମାନ ବନ୍ଦର ସାମିଲ, ଝାରସୁଗୁଡ଼ା ବିମାନ ବନ୍ଦର ଅନ୍ତର୍ଭୁକ୍ତ

ଭୁବନେଶ୍ବର : କୃଷି ଉଡାଣ ଯୋଜନା ୨.୦ ଅଧୀନରେ ଦେଶର ୫୮ଟି ବିମାନ ବନ୍ଦରକୁ ସାମିଲ କରାଯାଇ ଥିବାବେଳେ ଓଡିଶାର ଝାରସୁଗୁଡା ବିମାନ ବନ୍ଦର ଅନ୍ତର୍ଭୁକ୍ତ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଜେନେରାଲ ଡ. ଭି କେ ସିଂହ ଲୋକସଭାରେ ଏହି ସୂଚନା ଦେଇଛନ୍ତି। ୨୦୨୧, ଅକ୍ଟୋବର ୨୭ରେ କୃଷି ଉଡାଣ ଯୋଜନା ୨.୦ ଘୋଷଣା ହୋଇଥିଲା। ଏହାର ଅଧୀନରେ ଝାରସୁଗୁଡା ବିମାନ ବନ୍ଦର ଅନ୍ତର୍ଭୁକ୍ତ ହୋଇ ଖାଦ୍ୟ ପରିବହନ ସୁବିଧା ପାଇବାକୁ ଯାଉଛି। ଓଡିଶାର ଉତ୍ପାଦକମାନେ ଝାରସୁଗୁଡା ବିମାନ ବନ୍ଦର ମାଧ୍ୟମରେ ସେମାନଙ୍କର ଉତ୍ପାଦକୁ ବିମାନ ମାଧ୍ୟମରେ ଅନ୍ୟ ସ୍ଥାନକୁ ପଠାଇ ପାରିବେ। କୃଷି ଉଡାଣ ଯୋଜନା ୨.୦ ମୁଖ୍ୟତଃ ପାହାଡିଆ, ଉତ୍ତର-ପୂର୍ବ ରାଜ୍ୟ, ଆଦିବାସୀ ଅଞ୍ଚଳରୁ ଶୀଘ୍ର କ୍ଷୟଶୀଳ ଖାଦ୍ୟ ପଦାର୍ଥ ପରିବହନ କରିବାରେ ସହାୟକ ହେବ। ବିମାନ ଦ୍ୱାରା କୃଷି ଉତ୍ପାଦର ପରିବହନକୁ ସୁଗମ କରିବା ପାଇଁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ), ଭାରତୀୟ ମାଲବାହୀ ଏବଂ ଯାତ୍ରୀଠାରୁ କାର୍ଗୋ ପାଇଁ ଲ୍ୟାଣ୍ଡିଂ, ପାର୍କିଂ, ଟର୍ମିନାଲ ନାଭିଗେସନ ଲ୍ୟାଣ୍ଡିଂ ଶୁଳ୍କ (ଟିଏନ୍ଏଲସି) ଏବଂ ରୁଟ ନେଭିଗେସନ ସୁବିଧା ଶୁଳ୍କ (ଆର୍ଏନ୍ଏଫସି)ସମ୍ପୂର୍ଣ୍ଣ ଛାଡ କରାଯିବ। ଏହି ଯୋଜନା ଦେଶର ୨୮ଟି ବିମାନ ବନ୍ଦର ବ୍ୟତୀତ ଉତ୍ତର-ପୂର୍ବାଞ୍ଚଳର ପାହାଡିଆ ଏବଂ ଆଦିବାସୀ ଅଞ୍ଚଳ ଉପରେ ଧ୍ୟାନ କେନ୍ଦ୍ରିତ କରୁଥିବା ବେଳେ ପ୍ରାୟ ୨୫ଟି ବିମାନ ବନ୍ଦରକୁ ଅନ୍ତର୍ଭୁକ୍ତ କରାଯାଇଛି। ଯୋଜନାର ମୂଲ୍ୟାଙ୍କନ ପରେ ଆହୁରି ୫ଟି ବିମାନ ବନ୍ଦରକୁ ଅନ୍ତର୍ଭୁକ୍ତ କରି ମୋଟ ୫୮ଟି ବିମାନ ବନ୍ଦରରେ ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଏହି ଯୋଜନାର ପ୍ରାରମ୍ଭରେ ୫୩ଟି ବିମାନ ବନ୍ଦରକୁ ୬ମାସ ଅବଧିର ପାଇଲଟ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଥିଲା।
କୃଷି ଉଡାଣ ଯୋଜନାରେ ୮ଟି ମନ୍ତ୍ରଣାଳୟ ସମ୍ପୃକ୍ତ ରହିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, କୃଷି ଏବଂ କୃଷକ କଲ୍ୟାଣ, ପଶୁ ପାଳନ ଏବଂ ଦୁଗ୍ଧ, ମତ୍ସ୍ୟ ବିଭାଗ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ, ବାଣିଜ୍ୟ, ଜନଜାତୀୟ ବ୍ୟାପାର ମନ୍ତ୍ରଣାଳୟ, ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ରହିଛି।

Related Articles

Back to top button