ଝାରସୁଗୁଡା ଉପନିର୍ବାଚନରେ ନୋଟାରେ ପଡିଲା ୨,୦୭୩ ଭାେଟ

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟରେ ବାଜିମାତ କରିଛନ୍ତି । ଦୀପାଳିଙ୍କୁ ମିଳିଛି ଏକ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ । ପୋଷ୍ଟାଲ ଭୋଟକୁ ମିଶାଇ ଦୀପାଳିଙ୍କ ଖାତାକୁ ଯାଇଛି ୧ ଲକ୍ଷ ୭ ହଜାର ୧୯୮ ଭୋଟ । ଉପ ନିର୍ବାଚନରେ ବାପାଙ୍କ ରେକର୍ଡକୁ ଭାଙ୍ଗି ଜିତିଛନ୍ତି ଦୀପାଳି । ବିଜେଡି ଶିବିରରେ ଉତ୍ସବର ମାହୋଲ ।

ଅନ୍ୟପକ୍ଷେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮ ହଜାର  ୩୮୪ ଖଣ୍ଡ ଭୋଟ ପାଇଥିବାବେଳେ ପୋଷ୍ଟାଲ ଭୋଟକୁ ମିଶାଇ ମୋଟ ୫୮ ହଜାର ୪୭୭ ଭୋଟ ପାଇଛନ୍ତି । ସେହିପରି  କଂଗ୍ରେସର ତରୁଣ ପାଣ୍ଡେ ପୋଷ୍ଟାଲ ଭୋଟକୁ ମିଶାଇ ପାଇଛନ୍ତି ମାତ୍ର ୪,୪୯୬ ଖଣ୍ଡ ଭାେଟ । ସବୁଠାରୁ ଗୁରୁତ୍ୱପୂ୍ର୍ଣ୍ଣ ହେଉଛି ଝାରସୁଗୁଡା ଉପନିର୍ବାଚନରେ ନୋଟାରେ ପଡିଛି ୨୦୭୩ ଭାେଟ ।

ଏଥର ଉପନିର୍ବାଚନରେ ମଇଦାନରେ ଥିଲେ ୯ ଜଣ ପ୍ରାର୍ଥୀ । ସେମାନଙ୍କ ମଧ୍ୟରୁ ଓଡ଼ିଶର ପ୍ରଗତି ଦଳ(ଓପିଡି) ପ୍ରାର୍ଥୀ ଜନ୍ମ ରୋହିଦାସ ୭୧୭ ଭୋଟ ପାଇଥିବାବେଳେ ଓଡ଼ିଶା ଜନତା ପାର୍ଟି ପ୍ରାର୍ଥୀ ମନୀଶ ଶର୍ମା ୨୮୬, କଳିଙ୍ଗ ସେନା ପ୍ରାର୍ଥୀ ମହୀନ୍ଦ୍ର ପଟ୍ଟନାୟକ ୪୨୮ ଭୋଟ ପାଇଛନ୍ତି । ଅନ୍ୟପକ୍ଷେ ୩ ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଜଲାଣ ୪୫୪, ମହେନ୍ଦ୍ର ଲୁହା ୮୩୦ ଏବଂ ଜ୍ଞାନେନ୍ଦ୍ର ବେହେରା ୯୭୨ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ଏଥର ମୋଟ ଭୋଟର ୨.୫୬ ପ୍ରତିଶତ ଭୋଟ ପାଇଥିବାବେଳେ ବିଜେପି ପାଇଛି ୩୩.୨୪ ପ୍ରତିଶତ ଏବଂ ବିଜେଡି ପାଇଛି ୬୦.୯୪ ପ୍ରତିଶତ ।

Related Articles

Back to top button