ଆରମ୍ଭ ହୋଇଛି ଝୁଲଣ ଯାତ୍ରା, ଝୁଲଣ ମଣ୍ଡପରେ ଝୁଲୁଛନ୍ତି ପ୍ରଭୁ ଅଲାରନାଥ

ବ୍ରହ୍ମଗିରି: ଶ୍ରାବଣ ମାସ ଶୁକ୍ଲ ଦଶମୀ ତିଥୀ ଗତକାଲିଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରା । ବ୍ରହ୍ମଗିରିର ମହାପ୍ରଭୁ ଅଲାରନାଥଙ୍କ ପୀଠରେ ମହାଆଡମ୍ବର ରେ ଆରମ୍ଭ ହୋଇଯାଇଛି ଝୁଲଣ ପର୍ବ । ଝୁଲଣ କୁରେ ଝୁଲିଛି ମହାପ୍ରଭୁ ଶ୍ରୀ ଅଲାରନାଥ । ମହାପ୍ରଭୁଙ୍କର ମଧ୍ୟାହ୍ନ ଧୂପ ସରିବା ପରେ ମନ୍ଦିର ପୁରୋହିତଙ୍କ ଦ୍ୱାରା ଝୁଲଣ ମଣ୍ଡପରେ ହୋମ କାର୍ଯ୍ୟ ନୀତି ବଢିଥିଲା । ପରେ ମହାପ୍ରଭୁଙ୍କ ବିଜୟ ବିଗ୍ରହଙ୍କୁ ସୁତନ୍ତ୍ର ବେଶ କରାଯାଇଥିଲା ।

ସଂନ୍ଧ୍ୟାରେ ମହାପ୍ରଭୁଙ୍କ ବିଜୟ ବିଗ୍ରହ ମଦନମୋହନ ଏବଂ ଲକ୍ଷ୍ମୀ ସରସ୍ୱତୀଙ୍କୁ ସେବାୟତମାନେ ବାହୁବିଜେ କରାଇ ଝୁଲଣ କୁରେ ଉପବେଶନ କରାଇଥିଲେ । ମହାପ୍ରଭୁଙ୍କୁ ଝୁଲଣ କୁରେ ଝୁଲୁଥିବାର ଦୁଲ୍ଲଭ ଦୃଶ୍ୟ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଗତ ଦୁଇ ବର୍ଷ କରୋନା ମହାମାରି ପାଇଁ ଶ୍ରଦ୍ଧାଳୁମାନେ ଏହି ଦର୍ଶନରୁ ବଂଚିତ ଥିଲେ ।

ପ୍ରଥମ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପୁରୀ ଜିଲ୍ଲା ରଘୁରାଜପୁରର ସ୍ୱସ୍ତିଶ୍ରୀ ଗୋଟିପୁଅ ଓ ଓଡିଶୀ ନୃତ୍ୟ ପରିଷଦ ଟିମ ଦ୍ବାରା ପରିବେଷଣ କରାଯାଇଥିଲା । ଗୀତ ଗୋବିନ୍ଦ,ଆହେ ନୀଳ ଶଇଳ, ଦଶାବତାର, ଝୁଲି ରଙ୍ଗେ ରାଇ ସଙ୍ଗେ ଶ୍ୟାମ ସୁନ୍ଦର ଆଦି ବିଭିନ୍ନ ନୃତ୍ୟ ପ୍ରଥମ ସଂନ୍ଧ୍ୟାରେ ବେଶ ଆକର୍ଷଣ ହୋଇଥିଲା । ଏହି ଝୁଲଣ ପର୍ବ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲିବ ଏବଂ ପ୍ରତ୍ୟେକ ସଂନ୍ଧ୍ୟାରେ ମନ୍ଦିର ପରିଚାଳନା କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।

Related Articles

Back to top button