
୩୦ଟି ଜିଲ୍ଲାର ୩୦ଟି ବିଦ୍ୟାଳୟରେ ଖୋଲିଲା ଖେଲୋ ଇଣ୍ତିଆ ସେଣ୍ଟର୍
ରାଜ୍ୟରେ ଉଦଘାଟିତ ହେଲା ‘ଖେଲୋ ଇଣ୍ତିଆ’ ସେଣ୍ଟର । ୩୦ଟି ଜିଲ୍ଲାର ୩୦ଟି ବିଦ୍ୟାଳୟରେ ଖେଲୋ ଇଣ୍ତିଆ ସେଣ୍ଟର୍ ଖୋଲା ଯାଇଛି ଏନେଇ ସୂଚନା ଦେଲେ କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ।ସେଣ୍ଟରଗୁଡିକରେ ବାର୍ଷିକ ୫ ଲକ୍ଷ ଟଙ୍କା ବ୍ୟୟ କରାଯିବ ଏବଂ କ୍ରୀଡ଼ା କ୍ଷେତ୍ରରେ କ୍ୟାରିୟର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ସ୍ଥାନୀୟ ଅଞ୍ଚଳରେ ପୂର୍ବତନ ଖେଳାଳିଙ୍କୁ ପ୍ରଶିକ୍ଷଣ ଦାୟତ୍ୱ ମିଳିବା ନେଇ ମଧ୍ୟ ସୂଚନା ରହିଛି ।