୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ କିରାଣୀ ଅଜୟ ପାଣ୍ଡେ

ଝାରସୁଗୁଡ଼ା : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ ବିଭାଗ । ଝାରସୁଗୁଡା କୃଷି ବିଭାଗର କନିଷ୍ଠ କିରାଣୀ ଅଜୟ ପାଣ୍ଡେ  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି l ସୂଚନା ଅନୁଯାୟୀ ଝାରସୁଗୁଡା କୃଷି ବିଭାଗ କାର୍ଯ୍ୟାଳୟରେ ଖରିଫ ଫସଲର ଇନ୍ସୁରାନ୍ସ କରାଇଦେବା ପାଇଁ କୂଳେମୁରାର ଚାଷୀ ପ୍ରେମାନନ୍ଦ ସାହୁଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଧରିଥିଲା।

ତେବେ ଲଇକେରା ରେ ପ୍ରେମାନନ୍ଦ ସାହୁଙ୍କ ଘର ହୋଇଥିବା ବେଳେ କନିଷ୍ଠ କିରାଣୀ ଅଜୟ ପାଣ୍ଡେଙ୍କ ରେଙ୍ଗାଲୀ ଥାନା ଅନ୍ତର୍ଗତ ଡଙ୍ଗୁଆପଡ଼ା ଠାରେ ବୋଲି ଜଣାପଡ଼ୁଛି  । ପୂର୍ବ କଥା ଅନୁଯାୟୀ ଖରିଫ ଫସଲର ଇନ୍ସୁରାନ୍ସ କରାଇଦେବା ପାଇଁ ପ୍ରେମାନନ୍ଦଙ୍କ ଠାରୁ ଟଙ୍କା ନେଉଥିଲେ ଅଜୟ ସେହି ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ ଏହି କନିଷ୍ଠ କିରାଣୀ ଜଣକ । ଏନେଇ ଭିଜିଲାନ୍ସ ଟଙ୍କା ଜବତ କରିବା ସହ ଅଜୟଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

Related Articles

Back to top button