
ଜ୍ୟୋତିପ୍ରକାଶଙ୍କ ସାହସିକତା କାର୍ଯ୍ୟ ପାଇଁ ତାଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସାହସୀ ସମ୍ମାନ କରାଯିବ ପ୍ରଦାନ
ଏଫଏମ କଲେଜ୍ ଛାତ୍ରୀ ଆତ୍ମହୂତୀ କରିବା ସମୟରେ ନିଜ ଜୀବନକୁ ବାଜି ଲଗାଇ ଛାତ୍ରୀଜଣଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ ଜ୍ୟୋତି ପ୍ରକାଶ ବିଶ୍ଵାଳ । ଏହି ସମୟରେ ସେ ନିଜେ ମଧ୍ୟ ନିଆଁରେ ପୋଡି ହୋଇ ଆହତ ହୋଇଥିଲେ । ଜ୍ୟୋତିପ୍ରକାଶଙ୍କ ଏପରି ସାହସିକତା କାର୍ଯ୍ୟ ପାଇଁ ତାଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସାହସୀ ସମ୍ମାନ ପ୍ରଦାନ କରାଯିବ । ଏଥିସହ ପୁରସ୍କାର ରାଶି ସ୍ୱରୂପ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।
ବିଦେଶରେ ଏ ଘଟଣାର ଦୃଶ୍ୟ, ଗଣମାଧ୍ୟମରେ ଦେଖିବା ପରେ ଜ୍ୟୋତି ପ୍ରକାଶଙ୍କ ସାହସିକ ପଦକ୍ଷେପକୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା ମିଳିଛି। ଜଣେ ନବ ଯୁବକ ନିଜ ଅକ୍ଲାନ୍ତ ଉଦ୍ୟମେ, ଜଣେ ଜଳି ଯାଉଥିବା ଛାତ୍ରୀଙ୍କୁ ଉଦ୍ଧାର କରୁଛନ୍ତି। ଉଦ୍ଧାର ସମୟରେ ନିଜେ ବି କିଛି କାଂଶରେ ଜଳି ଯାଇଛନ୍ତି। ଅସମ୍ଭବ ପ୍ରକାରର ତାଙ୍କ ସାହସ ! ନିଜକୁ ବିପଦ ଭିତରକୁ ଠେଲି, ଅନ୍ୟକୁ ମୃତ୍ୟୁ ମୁହଁରୁ ବଞ୍ଚାଇବାର ପ୍ରୟାସ ଓ ମାନସିକତାକୁ ସମ୍ମାନ ଜଣାଇବାକୁ ଯାଇ ତାଙ୍କୁ ପ୍ରଦାନ କରାଯିବ, “ନେତାଜୀ ସୁଭାଷ ଚନ୍ଦ୍ର ବୋଷ; ସାହସୀ ସମ୍ମାନ”।
ନିଜର ସମ୍ପର୍କୀୟ ନ ହୋଇଥିବା ଯେକୌଣସି ବ୍ୟକ୍ତି, ଆକସ୍ମିକ ବିପଦରେ ପଡ଼ି ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ସମୟରେ, ନିଜ ଜୀବନକୁ ସନ୍ତର୍ପଣ ସହିତ ବିପଦରେ ପକାଇ ସାହାଯ୍ୟ କରିବାର ପ୍ରବଣତା ବଢ଼ାଇବା ଏ ସମ୍ମାନର ଲକ୍ଷ୍ୟ। ଏ ସମ୍ମାନ ପାଉଥିବା ଜ୍ୟୋତି ପ୍ରକାଶ ବିଶ୍ୱାଳଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ମିଳିବ।