ଦୁଇ ଅନାଥ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ସହଯୋଗର ହାତ ବଢ଼ାଇଲା କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ

ଖୋର୍ଦ୍ଧା: ବାପା ମା’ ଛେଉଣ୍ଡ ଦୁଇ ଝିଅଙ୍କୁ ପାଠ ପଢାଇବା ପାଇଁ ଅଣ୍ଟା ଭିଡ଼ିଲା କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ। ଗତ ବର୍ଷ କୋଭିଡରେ ଆଗ ପଛ କରି ଆଖି ବୁଜି ଦେଇ ଆରପାରିକୁ ଚାଲିଗଲେ ଖୋର୍ଦ୍ଧା ଅଞ୍ଚଳର ଅଶୋକ ଜେନା ଓ ଚାମି ଜେନା। ତେବେ ଉକ୍ତ ଦୁଇ ଝିଅଙ୍କର ଜଣେ ଭାଇ ମଧ୍ୟ ଅଛି। ଅସହାୟ ପିଲାଙ୍କୁ କୋଳେଇ ନେଇଛନ୍ତି ତାଙ୍କ ପିଉସା। ହେଲେ ପାଠ ପଢେଇବାର ଦାୟିତ୍ୱ ନେବା ତାଙ୍କ ପକ୍ଷେ ମଧ୍ୟ କଷ୍ଟକର ହୋଇଥିଲା। ପୁଅଟି ପର ଘରେ କାମ କରି ପେଟ ପୋଷୁଛି।

ଏହା ସମ୍ବନ୍ଧରେ ଜାଣିବା ପରେ କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାମାନେ ପିଲାମାନଙ୍କ ପାଖରେ ପହଞ୍ଚି ମାସିକ ରାସନ ସାମଗ୍ରୀ, ପୋଷାକ ଓ ପଢ଼ିବା ପାଇଁ ଖାତା, କଲମ ଏବଂ ଟିଉସନର ବନ୍ଦୋବସ୍ତ କରିଥିବା ସୂଚନା ମିଳିଛି। ଆଗକୁ ମଧ୍ୟ ପିଲାଙ୍କର ପାଠ ପଢିବା ପାଇଁ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯିବ ବୋଲି ଟ୍ରଷ୍ଟର ଚେୟାରମେନ ଶ୍ରୀଯୁକ୍ତ ନାରାୟଣ ମହାପାତ୍ର ଓ ସଂପାଦକ ଶ୍ରୀଯୁକ୍ତ ମନୋଜ ରାଉଳ ପ୍ରତିଶ୍ରୁତି ଦେଇଛନ୍ତି। ପୁର୍ବରୁ କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ତରଫରୁ ତାଙ୍କ ବାପା ମା’ଙ୍କ ଅନ୍ତେଷ୍ଟି କ୍ରିୟାରେ ଯଥାସମ୍ଭବ ସହଯୋଗର ହାତ ବଢ଼ା ଯାଇଥିଲା। ତେବେ ଟ୍ରଷ୍ଟ ପକ୍ଷରୁ ସଭାପତି ଶ୍ରୀ ନାରାୟଣ ମହାପତ୍ର ସମ୍ପାଦକ ଶ୍ରୀ ମନୋଜ କୁମାର ରାଉଳ, ଉପଦେଷ୍ଟା ଉମା ନାଥ ମିଶ୍ର, ଇ ଦିଲ୍ଲୀପ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ବିରଞ୍ଚି ରାଉତ ପ୍ରଦୀପ କୁମାର ରାଉଳ ପ୍ରମୁଖ ତାଙ୍କ ଗ୍ରାମକୁ ଯାଇ ଅନାଥ ପିଲା ମାନଙ୍କ ଭଲ ମନ୍ଦ ବୁଝିବା ସହିତ ଏହି ସାହାଯ୍ୟ ପ୍ରଦାନ କରିଥିଲେ ଓ ଗ୍ରାମବାସୀ ମାନଙ୍କୁ ଏହି ଦୁଃସମୟରେ ସେମାନଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।

Related Articles

Back to top button