
ପୁଣି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୁଜାରୀ
କୋରାପୁଟ : ବିରଳ ଧାନ ବିହନର ସଂଗ୍ରାହକ ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀ ଅସୁସ୍ଥ ହୋଇ ଶନିବାର ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। କମଳା ପୂଜାରୀଙ୍କ ପାକଜନିତ ସମସ୍ୟା ହେତୁ ସେ ଗୁରୁତର ଅସୁସ୍ଥ ଥିବା କୁହାଯାଉଛି। ତାଙ୍କର ଚିକିତ୍ସା ଲାଗି ଏକ ୫ଜଣିଆ ଡାକ୍ତରୀ ଟିମ୍ ଗଠିତ ହୋଇଛି। ଏହି ୫ଜଣିଆ ଡାକ୍ତରୀ ଦଳ କମଳା ପୂଜାରୀଙ୍କ ଚିକିତ୍ସା ଜାରି ରଖିଛନ୍ତି।