୨୦୨୨ ପାଇଁ କମଳା ଶତପଥି ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର’

ଭୁବନେଶ୍ୱର : ସୃଜନ ଓ ଅନୁସୃଜନ ଉଭୟରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ଲେଖିକା କମଳା ଶତପଥି ଅନୁବାଦ ପୁସ୍ତକ ‘ସୁନେଲି ବାଦଲ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଭୁବନେଶ୍ୱର : ସୃଜନ ଓ ଅନୁସୃଜନ ଉଭୟରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ଲେଖିକା କମଳା ଶତପଥି ଅନୁବାଦ ପୁସ୍ତକ ‘ସୁନେଲି ବାଦଲ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ବିଶିଷ୍ଟ ତେଲୁଗୁ ଲେଖକ ସଇଦ ସଲିମଙ୍କ ‘ଭେଣ୍ଡି ମେଘମ’ର ଏହା ଓଡ଼ିଆ ଅନୁବାଦ।ମନୋନୀତ ହୋଇଛନ୍ତି। ବିଶିଷ୍ଟ ତେଲୁଗୁ ଲେଖକ ସଇଦ ସଲିମଙ୍କ ‘ଭେଣ୍ଡି ମେଘମ’ର ଏହା ଓଡ଼ିଆ ଅନୁବାଦ।

ଶ୍ରୀମତୀ ଶତପଥି, ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ, ପୂର୍ଣ୍ଣଚ୍ଛେଦ ପରର କାହାଣୀ , ଗୋଟିଏ ପାପର କାହାଣୀ , ଚିରାଧଡି , ମହାପାତ୍ରବାବୁଙ୍କ ହାଲ୍ ଚାଲ୍ , ସଂପର୍କର ଦୋ’ଛକିରେ ମଣିଷ (ଇ-ବୁକ୍) ( ଗଳ୍ପ ସଂକଳନ ), ଶେଷ ଫଗୁଣ ( କବିତା ସଂକଳନ ),ମହୁମାଛିର ଜୀବନ ( ନିବନ୍ଧ ) ,ହାଏ ମୁମ୍ବଈ, ଅଧାକାନ୍ଥି ଘର, ସଲାମ୍ ମୁମ୍ବଈ, ହେଲୋ ଭୁଟାନ୍ (ଭ୍ରମଣ ଉପନ୍ୟାସ) , ଫଗୁଣଟା ଫେରିଗଲା ପରେ ଆଦି ଉପନ୍ୟାସର ସେ ସ୍ରଷ୍ଟା । ପୂର୍ବରୁ ସୁଧନ୍ୟା ଗଳ୍ପ ସମ୍ମାନ, ଓଡିଶା ଲେଖିକା ସଂସଦ ସମ୍ମାନ, ପ୍ରତିଭା ପୂଜା ସଂସଦ ସମ୍ମାନ,ଗନ୍ଧଗିରି ସମ୍ମାନ,କଳିଙ୍ଗ ପୁସ୍ତକମେଳା ସମ୍ମାନ, ସୁବାର୍ତ୍ତା ଶ୍ରେଷ୍ଠ କବୀ ସମ୍ମାନ, ସାଗରିକା ଗଳ୍ପ ସମ୍ମାନ, କେଦାରନାଥ ଗବେଷଣା କେନ୍ଦ୍ର ପୁରସ୍କାର, ରାଜଧାନୀ ପୁସ୍ତକମେଳା ସମ୍ମାନ, ଗଙ୍ଗାଧର ରଥ ଫାଉଣ୍ଡେସନ୍ ର ସୁବ୍ରତ ରଥ ସ୍ମାରକୀ ପୁରସ୍କାର, ଦକ୍ଷା ଉପନ୍ୟାସ ସମ୍ମାନରେ ସେ ସମ୍ମାନିତା ହୋଇସାରିଛନ୍ତି ।

Related Articles

Back to top button