୫୧୫ କେଜି ଗଞ୍ଜେଇ ଜବତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ୫୧୫ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ୪ ଜଣ ମାଫିଆ ଗଞ୍ଜେଇ ଛାଡି ଫେରାର ହୋଇଥିବା ପୁଲିସ ସୂଚନା ଦେଇଛି। ସୂଚନା ଅନୁସାରେ ଜାଜେଶ ପଙ୍ଗା ପଞ୍ଚାୟତର ଉପର ଦାମିଙ୍ଗିଆ ଜଙ୍ଗଲ ଅଂଚଳରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ଫିରିଙ୍ଗିଆ ପୁଲିସକୁ କୌଣସି ସୂତ୍ରରୁ ଖବର ମିଳିବା ପରେ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ସହ ଏକ ଟିମ ସେହି ଅଞ୍ଚଳକୁ ଯାଇଥିଲେ। ସେହି ସମୟରେ ଜାଜେଶ ପଙ୍ଗା ପଞ୍ଚାୟତ ଉପର ଦାମୀଙ୍ଗିଆ ନିକଟ ଜଙ୍ଗଲ ରାସ୍ତା କଡରେ ୪ ଜଣ ମାଫିଆ ଗଞ୍ଜେଇ ରଖି ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୁଲିସକୁ ଦେଖି ଗଞ୍ଜେଇ ଛାଡି ଫେରାର ମାରିଥିଲେ। ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ଏକ ଗଞ୍ଜେଇ ଚାଲାଣ ସମ୍ପର୍କିତ ମାମଲା ରୁଜୁ କରାଯାଇଛି।

Related Articles

Back to top button