ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି , ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି । ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ସୂଚନା ଅନୁସାରେ , କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ଏହି ବେଶ କରାଯାଏ । ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥି ବା ଆଜିଠାରୁ ମହାପ୍ରଭୁଙ୍କ ନିକଟରେ ବାଳଭୋଗ ନୀତି ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରରେ ମହିଳାମାନେ ସଂକଳ୍ପ କରି କାର୍ତ୍ତିକ ବ୍ରତ କରିଛନ୍ତି । ନୀତି ନିର୍ଘଣ୍ଟ ଅନୁସାରେ ଆଜି ସକାଳରେ ଦ୍ୱାରଫିଟା ନୀତି ସମ୍ପୂର୍ଣ ହୋଇଛି । ଏହା ପରେ ଚାଲିଛି ଅନ୍ୟାନ୍ୟ ନୀତି କ୍ରାନ୍ତି । ଅବକାଶ ନୀତି ସରିବା ପରେ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଅନୁଷ୍ଠିତ ହେବ। ସେଥିପାଇଁ ଭକ୍ତମାନଙ୍କର ଖୁବ ଭିଡ ଲାଗିଛି । ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା ଓ ଫଳ ଭୋଗ ହୋଇଥାଏ । ପରମ୍ପରା ଅନୁଯାୟୀ ,ଏହି ସମୟରେ ବଡ଼ ଛତା ମଠ ତରଫରୁ ସଙ୍ଗୀତ ଗାନ ଓ ସଂକୀର୍ତନ ହୋଇଥାଏ । ବିଭିନ୍ନ ମଠରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଆଜି ରାଧାବଲ୍ଲଭ ମଠ ପରିସରରେ ଏହି ବେଶ ଅନୁଷ୍ଠିତ ହେଇଛି ।

Related Articles

Back to top button