କାଠି କଣ୍ତେଇ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁର ଅସୁସ୍ଥ

ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁର ଗୁରୁତର । ଓଡିଶାର ବିଶିଷ୍ଠ କାଠି କଣ୍ତେଇ ନୃତ୍ୟ ଗୁରୁ ଏବେ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝରର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ହଠାତ୍ ତାଙ୍କ ଦେହ ହାତ ବିନ୍ଧିବା ସହିତ ଅତ୍ୟଧିକ ଦୁର୍ବଳ ହୋଇପଡିଲେ । ଗତକାଲି ଅତ୍ୟଧିକ ଗରମ ଅନୁଭୂତ ହେଉଥିଲା । ତେଣୁ ଘର ଲୋକେ ଡାକ୍ତରଙ୍କ ପରାମର୍ଶ କ୍ରମେ ଓଦା କପଡାରେ ତାଙ୍କ ଶରୀରକୁ ପୋଛି ଦେଇଥିଲେ। କିନ୍ତୁ ତାପରେ ମଧ୍ୟ ସେ ଏତେ ଦୁର୍ବଳ ହୋଇ ପଡିଥିଲେ, ଯେ ବିଛଣାରୁ ଉଠି ପାରିନଥିଲେ। ସକାଳୁ ମଧ୍ୟ ଅତ୍ୟଧିକ ଦୁର୍ବଳ ହେବାରୁ ଘର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ଲୁଜ୍ ମୋସନ ହୋଇଛି। କାଜୁଆଲିଟିରେ ସେ ଆଡମିଶନ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଗତ କିଛିଦିନ ତଳେ ତାଙ୍କ ବଡ ପୁଅକୁ ହରାଇଥିବା ବେଳେ କିଛି ବର୍ଷ ପୂର୍ବେ ତାଙ୍କ ସାନ ପୁଅ କୁ ହରାଇ ଥିଲେ। ଗତ ଏପ୍ରିଲ ୨ତାରିଖରେ ମାଗୁଣିଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । ଏବେ ପୁଣି ଥରେ ତାଙ୍କୁ ସ୍ଵାସ୍ଥ୍ୟ ଖରାପ ହୋଇଛି ।

Related Articles

Back to top button