କୌନ ବନେଗା କରୋଡ଼ପତି ହଟ୍‌ ସିଟ୍‌ରେ ଭଦ୍ରକ ପୋଷ୍ଟାଲ ଡିଭିଜନର ସହ ପରିଚାଳକ ଜ୍ୟୋତିର୍ମୟ ମଲ୍ଲିକ

ଭଦ୍ରକ: କୌନ ବନେଗା କୋରଡ଼ପତି ହଟ ସିଟ୍‌ରେ ଭଦ୍ରକ ସହକାରୀ ଡାକ ଅଧିକ୍ଷକ । ସୋନି ଟିଭି ଚ୍ୟାନେଲରେ ପ୍ରସାରିତ କୌନ ବନେଗା କୋରଡ଼ପତିରେ ଅଂଶଗ୍ରହଣ କରି ନିଜେ ଗର୍ବ ଅନୁଭବ କରିଛନ୍ତି । ଭଦ୍ରକ ପୋଷ୍ଟାଲ ଡିଭିଜନର ସହ ପରିଚାଳକ ଜ୍ୟୋତିର୍ମୟ ମଲ୍ଲିକ ।

ଗତକାଲି ପ୍ରସାରିତ ଏପିସୋଡ଼ରେ ପ୍ରଶ୍ନର ଉତ୍ତର ଦେଇ ୮୦ହଜାର ଟଙ୍କା ର ପୁରସ୍କାର ରାଶି ଜିତିଥିବା ଜଣାପଡ଼ିଛି । ଆଜି ପୁଣି ଆଗାମୀ ରାଉଣ୍ଡକୁ ଯିବା ପାଇଁ ପ୍ରଶ୍ନର ଉତ୍ତର ରଖିବେ। ଶ୍ରୀମତୀ ମଲ୍ଲିକଙ୍କ ଘର କଟକ ବଡ଼ମ୍ବା ଅଞ୍ଚଳର । ତାଙ୍କ ସ୍ଵାମୀ ପରମାନନ୍ଦ କଣ୍ଠ ମଧ୍ୟ ଭଦ୍ରକ ପୋଷ୍ଟାଲ ଡିଭିଜନର ଆସିଷ୍ଟାଣ୍ଟ ସୁପରିଟେଣ୍ଡ ।

ସ୍ୱାମୀଙ୍କ ଘର ବିହାର ଦରଭଙ୍ଗା ଜିଲ୍ଲାରେ । ଶ୍ରୀମତି ମଲ୍ଲିକ ଏବେ ଭଦ୍ରକ ପୋଷ୍ଟାଲ ଡିଭିଜନରେ କାର୍ଯ୍ୟରତ ଥିବା ବେଳେ, ଶ୍ରୀମତୀ ମଲ୍ଲିକ ଛାତ୍ର ଜୀବନରୁ ମେଧାବୀ ଥିବାରୁ ବିଭିନ୍ନ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଦେଖିବା ତାଙ୍କର ହବି ଥିଲା । ଏହାଛଡ଼ା ସାଧରଣ ଜ୍ଞାନ ସମ୍ବଳିତ ପୁସ୍ତକ ପତ୍ର ପତ୍ରିକା ପଢିବାକୁ ସେ ଭଲ ପାଆନ୍ତି ।

ସାକ୍ଷାତ ସମୟରେ ଶ୍ରୀମତୀ ମଲ୍ଲିକ କହିଥିଲେ ଯେ କେବିସି ହଟସିଟରେ ବସିବା ପାଇଁ ତାଙ୍କୁ ବିଭିନ୍ନ ପର୍ଯ୍ୟାୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ପ୍ରଥମେ କଲିକତାରେ ଅନୁଷ୍ଠିତ ଅଡିସନରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ପ୍ରତିଦ୍ଵନ୍ଦୀ ଥିଲେ । ପ୍ରଥମ ପର୍ଯ୍ୟାୟରେ ଲିଖିତ ପରୀକ୍ଷା, ଆତ୍ମ ସମୀକ୍ଷା କରାଯିବା ପରେ ଭିଡିଓ ରାଉଣ୍ଡ କରାଯାଇଥିଲା । ଶେଷ ପର୍ଯ୍ୟାୟରେ ପେନାଲ ରାଉଣ୍ଡ ହୋଇଥିଲା ।

ଗତ ଜୁଲାଇ ୧୮ ତାରିଖରେ ତାଙ୍କୁ ଫୋନ କଲ ଆସିଥିଲା । ଗତ ୪ ଓ ୭ ତାରିଖରେ ଯୋଗ ଦେବା ପାଇଁ କୁହାଯାଇଥିଲା । ଡାକରା ପାଇବା ପରେ ସେ ତାଙ୍କ ସ୍ୱାମୀଙ୍କ ସହ ବମ୍ବେ ଯାଇ କେବିସିରେ ଅଂଶ ଗ୍ରହଣ କରିଥିଲେ । ଇଶ୍ୱରଙ୍କ ଆଶୀର୍ବାଦରୁ ହଟସିଟ ବସିବାର ସୁଯୋଗ ପାଇଛି । ବିନା ଆଶାରେ ସେ ଅଂଶଗ୍ରହଣ କରି ବିଗ ବି ଅମିତା ବଚ୍ଚନଙ୍କ ସହ ସାକ୍ଷାତ ହେବା ତାଙ୍କ ପାଇଁ ଗୌରବର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି।

ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବାରୁ ନିଜକୁ ଗୌରବାନ୍ଵିତ ମନେ କରିଛନ୍ତି । ତାଙ୍କର ଏହି କାର୍ଯ୍ୟକ୍ରମ ପଛରେ ସ୍ୱାମୀ ଓ ପରିବାର ବର୍ଗଙ୍କ ସମର୍ଥନ ଓ ସହଯୋଗ ରହିଛି । ଏହି ସୁଯୋଗ ପାଇଥିବାରୁ ଭଦ୍ରକ ଡାକ ମଣ୍ଡଳ ସହ ଓଡିଶା ପୋଷ୍ଟାଲ ଡିଭିଜନର ସମସ୍ତ ସହକର୍ମୀଙ୍କୁ ଶ୍ରୀମତି ମଲ୍ଲିକ ଶ୍ରେୟ ଦେଇଛନ୍ତି । ପୁରସ୍କାର ଜିତିବା ଯେତେ ଖୁସି ଦେଇନାହିଁ, ମୁଖ୍ୟତଃ ଆମର ସୁପରଷ୍ଟାର ଅମିତାଭ ବଚନଙ୍କ ସହ ହଟ ସିଟରେ ବସିଥିବାରୁ ବହୁ ଆନନ୍ଦିତ ଓ ଗର୍ବିତ ବୋଲି ଜ୍ୟୋତିର୍ମୟୀ ମଲ୍ଲିକ କହିଛନ୍ତି ।

Related Articles

Back to top button