କୋଶଳ ରାଏଜ ମୁକ୍ତି ମୋର୍ଚ୍ଚାର ଆହ୍ବାନ କ୍ରମେ କେସିଙ୍ଗାରେ ବନ୍ଦ ପାଳନ

କେସିଙ୍ଗା: କଳାହାଣ୍ଡି ଜିଲା କେସିଙ୍ଗା ସହରରେ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚାର ଆହ୍ବାନ କ୍ରମେ ବୁଧବାର ପ୍ରାଣୀ ଚିକିତ୍ସାଳୟ ନିକଟରେ ୨୬ ଜତୀୟ ରାଜପଥ ନିକଟରେ କୋଶଲ ରାଏଜ ଓ କେସିଙ୍ଗା ନଗର କମିଟି ପକ୍ଷରୁ ରାସ୍ତାରୋକୋ କରାଯାଇଥିଲା।

ପ୍ରକାଶ ଥାଉକି, ମଙ୍ଗଳବାରଠାରୁ ନଗର କମିଟି ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ସମସ୍ତ କେସିଙ୍ଗା ଜନସାଧାରଣକୁ ଜଣାଇ ଦିଆଯାଇଥିଲା ଓ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା। ଏହି ଉପଲକ୍ଷେ ସମସ୍ତ ଦୋକାନ ବଜାର,ଗାଡ଼ି ମଟର,ସ୍କୁଲ କଲେଜ, ପୋଷ୍ଟ ଅଫିସ, ସମସ୍ତ ବ୍ୟବସାୟିକ ବ୍ୟାଙ୍କ, କୋର୍ଟ, ତହସିଲ ଅଫିସ ସବୁ ବନ୍ଦ ରହିଥିଲା। କେବଳ ଅତ୍ୟାବଶ୍ୟକୀୟ ମେଡିସିନ ଷ୍ଟୋର,ଫଳ ଦୋକାନ, ପନିପରିବା ଦୋକାନ ଖୋଲା ରହିଥିବା ଦେଖାଯାଇଥିଲା। ଏହି ବନ୍ଦରେ ପୂର୍ବତନ ଉପାଧ୍ୟକ୍ଷ ନରସିଂହ ନିଆଲ,ପୂର୍ବତନ କାଉନସିଲର ବିଜୟ ଦୀପ, ପୂର୍ବତନ ନଗରପାଳ ରାମ କୁମାର ଜୈନ, ମୋତି କୈବର୍ତ୍ତ, ବିଶ୍ବାସୀ ନାୟକ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
କେସିଙ୍ଗା ସହରର ସମସ୍ତ ଜନସାଧାରଣ ଏହି ବନ୍ଦରେ ସହଯୋଗ କରିଥିବାରୁ ସମସ୍ତଙ୍କୁ କମିଟି ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Related Articles

Back to top button