ଫେବ୍ରୁଆରିରେ ଓଡ଼ିଶା ଆସିବେ ଖଡ଼ଗେ ଓ ପ୍ରିୟଙ୍କା

ଭୁବନେଶ୍ବର : ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ। ରାଜ୍ୟ କଂଗ୍ରେସ ପକ୍ଷରୁ ‘ହାଥ୍ ସେ ହାଥ୍ ଯୋଡ଼ୋ’ କାର୍ଯ୍ୟକ୍ରମରେ ଦୁହେଁ ଫେବ୍ରୁଆରି ମାସ‌ରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

‘ଭାରତ ଯୋଡ଼ୋ’ କାର୍ଯ୍ୟକ୍ରମ ପରେ କଂଗ୍ରେସ ପକ୍ଷରୁ ‘ହାଥ୍ ସେ ହାତ୍‌ ଯୋଡ଼ୋ’ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ବୁଥସ୍ତରରେ ସଂଗଠନକୁ ମଜଭୁତ କରିବା ଲାଗି ଚଳିତମାସ ୨୬ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ସହିତ ୨ମାସ ଧରି ଚାଲିବ। ଅପରପକ୍ଷରେ ଓଡ଼ିଶା କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ‘ଭାରତ ଯୋଡ଼ୋ’ ଯାତ୍ରା ଏବେ ସୁନ୍ଦରଗଡ଼ରେ ପହଞ୍ଚିଛି।

Related Articles

Back to top button