ଗଜପତି ଜିଲ୍ଲାର ଖଜୁରୀ ଗୁଡ଼କୁ ଜିଆଇ ଟ୍ୟାଗ୍‌‌ ମିଳିଛି ।

ଗଜପତି ଜିଲ୍ଲାର ଖଜୁରୀ ଗୁଡ଼କୁ ଜିଆଇ ଟ୍ୟାଗ୍‌‌ ମିଳିଛି । ଭାରତ ସରକାରଙ୍କ ଚେନ୍ନାଇ ସ୍ଥିତ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଗଜପତି ଜିଲ୍ଲାର ପର୍ବତମାଳ ପାଦଦେଶରେ ବହୁଳ ମାତ୍ରାରେ ଖଜୁରି ଗଛ ଦେଖାଯାଏ ଯାଉନଥିରୁ ସଉରା ଜାତିର ଜନଜାତିମାନେ ଖଜୁରୀ ଗୁଡ଼ ପ୍ରସ୍ତୁତ କରିଥାନ୍ତି ।

ପାରମ୍ପରିକ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଉଥିବା ଏହି ଗୁଡରେ କୌଣସି ପ୍ରାକୃତିକ ବା କୃତ୍ରିମ ରଙ୍ଗ ମିଶାଯାଇ ନଥାଏ । ଖଜୁରୀର ରଙ୍ଗ ପରି ଏହାର ରଙ୍ଗ ମଧ୍ୟ ବାଦାମୀ ହୋଇଥାଏ । ଖଜୁରୀ ଗୁଡ଼ ଉପରେ ଗବେଷଣା କରୁଥିବା ବୌଜ୍ଞାନିକ ଡ. ପି କାର୍ତ୍ତିଗେୟନ୍‌‌ କହିଛନ୍ତି, ଏହା ଖୁବ୍‌‌ ସ୍ୱାଦିଷ୍ଟ ହୋଇଥିବା ବେଳେ ଏଥିରେ ଭିଟାମିନ୍‌‌ ଓ ଆଇରନ୍‌‌ର ପରିମାଣ ଭରପୁର ଥାଏ । ଏଥିରେ ଚିନିର ମାତ୍ରା କମ୍‌‌ ରହୁଥିବାରୁ ମଧୁମେହ ରୋଗୀ ମଧ୍ୟ ଏହାକୁ ଖାଇପାରିବେ ବୋଲି ସେ କହିଛନ୍ତି ।

Related Articles

Back to top button