ବ୍ଲାକମେଲ୍‌ର ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣିବ ଖଣ୍ଡଗିରି ପୋଲିସ

ଭୁବନେଶ୍ୱର : ବ୍ଲାକମେଲର୍ ଅର୍ଚ୍ଚନା ନାଗକୁ ୫ ଦିନ ପାଇଁ ଜେଲ ଭିତରେ ପଚରା ଉଚରା କରିବାକୁ ଅନୁମତି ଲୋଡିବ ଖଣ୍ଡଗିରି ଥାନା ପୋଲିସ। ଏଥିପାଇଁ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିସାରିଛି କମିଶନରେଟ ପୋଲିସ। ସୋମବାର ଅନୁମତି ପାଇଁ ଭୁବନେଶ୍ବର ଏସଡିଜେଏମ କୋର୍ଟରେ ଏଥିପାଇଁ ଆବେଦନ କରାଯିବ।

ସୂଚନାଯୋଗ୍ୟ ଯେ,  ୨୦୧୬ରେ ଘର ଭଡା ନେଇ ଭୁବନେଶ୍ବରରେ ରହୁଥିବା ଅର୍ଚ୍ଚନା ୨୦୨୦ ବେଳକୁ କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ । ମାତ୍ର ୫ବର୍ଷରେ ଏତେ ଟଙ୍କାର ସମ୍ପତ୍ତି ସେ କେମିତି ଉପାର୍ଜନ କଲେ ତାର ହିସାବ ଖୋଜିବ ପୋଲିସ । ଗତ ୬ମାସ ଭିତରେ ଏଥିରେ ୫କୋଟି ଟଙ୍କା ନେଣଦେଣ ହୋଇଥିବା ଜଣାପଡିଛି । ପ୍ରତି ଆକାଉଣ୍ଟରେ ହୋଇଥିବା ବଡ ବଡ ପରିମାଣର ଟଙ୍କା ନେଣଦେଣ ଏବେ ପୋଲିସ ସ୍କାନରରେ ।

Related Articles

Back to top button