
କିଟ୍ ହଷ୍ଟେଲରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ମାମଲା : ଉଚ୍ଚସ୍ତରୀୟ କମିଟି ନିକଟରେ ହାଜର ହେଲେ କିଟ୍ ମୁଖ୍ୟ ଅଚ୍ୟୁତ ସାମନ୍ତ
କିଟ୍ ହଷ୍ଟେଲରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ମାମଲା । ଉଚ୍ଚସ୍ତରୀୟ କମିଟି ନିକଟରେ ହାଜର ହେଲେ କିଟ୍ ମୁଖ୍ୟ ଅଚ୍ୟୁତ ସାମନ୍ତ । ଏହି କମିଟି ଆଗରେ ହାଜର ହେବାକୁ ଗତକାଲି ସମନ କରିଥିଲା ଉଚ୍ଚଶିକ୍ଷା ବିଭାଗ । ଅଚ୍ୟୁତ ସାମନ୍ତଙ୍କ ସମତେ ମୋଟ୍ ୮ ଜଣଙ୍କୁ ସମନ କରିଥିଲା ଉଚ୍ଚସ୍ତରୀୟ କମିଟି ।ସେପଟେ କିଟ୍ କାଣ୍ଡ ନେଇ ଉଚ୍ଚସ୍ତରୀୟ କମିଟି ପକ୍ଷରୁ ବୟାନ ରେକର୍ଡ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ଅତିଥି ଭବନରେ ବୟାନ ରେକର୍ଡ କରାଯାଉଛି । ରାଜ୍ୟ ଅତିଥି ଭବନରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ୍ ଅଗ୍ରୱାଲ, ସଚିବ ଶୁଭ ଶର୍ମା, ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି । ପର୍ଯ୍ୟାୟ କ୍ରମେ ବିଭିନ୍ନ ଲୋକଙ୍କର ଚାଲିଛି ବୟାନ ରେକର୍ଡ ।
ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ପାଖରେ ହାଜର ହୋଇଛନ୍ତି କିଟର ପୂର୍ବତନ କର୍ମଚାରୀ ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥ ସମେତ ୪ଜଣ କର୍ମଚାରୀ । ଆଜି କମିଟି ପାଖରେ ହାଜର ହେବାକୁ ୮ ଜଣଙ୍କୁ ନୋଟିସ ଦିଆଯାଇଥିଲା । କିଟ୍ କାଣ୍ଡରେ ଯାହାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେମାନଙ୍କୁ ପଚରାଉଚରା ପାଇଁ ଉଚ୍ଚସ୍ତରୀୟ କମିଟି ନୋଟିସ ପଠାଇଛି । କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ବିବାଦ ତେଜିବା ପରେ ସରକାର ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଥିଲେ ରାଜ୍ୟ ସରକାର । ଏବେ ସେହି ଉଚ୍ଚସ୍ତରୀୟ କମିଟି କିଟ କାଣ୍ଡର ଖୋଳତାଡ ଆରମ୍ଭ କରିଛି ।