ଜାଣନ୍ତୁ ମହାଶିବରାତ୍ରିରେ କେତେବେଳେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ମାର୍ଚ୍ଚ ୮ ତାରିଖରେ ମହାଶିବରାତ୍ରି। ସେଥିପାଇଁ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ ପାଇଁ ପ୍ରଥମ ବୈଠକ ସରିଛି । ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ସମସ୍ତ ରୀତିନୀତିରେ ପୂଜା କରାଯିବ ବୋଲି କୁହାଯାଇଛି । ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ସୁପରିଚାଳନା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ସେଥିରେ ମନ୍ଦିର ପ୍ରଶାସନ ସହ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ସମର୍ଥା , ପାଲିଙ୍କିଆ ନିଯୋଗ ବୈଠକରେ ଉପସ୍ଥିତ ଥିଲେ । ଏହି ବୈଠକରେ ମହାଦୀପ ଉଠିବାର ସମୟ ନିର୍ଦ୍ଧାରିତ ହେବା ସହ ମନ୍ଦିର ସ୍ୱଚ୍ଛତା, ଆଲୋକ ବ୍ୟବସ୍ଥା, ଟ୍ରାଫିକ୍‍ ନିୟନ୍ତ୍ରଣ, ପ୍ରତ୍ନତତ୍ତ୍ୱ ବିଭାଗର କାର୍ଯ୍ୟ ଓ ଆଇନ ଶୃଙ୍ଖଳା ଆଦି ବିଷୟ‌ରେ ବିସ୍ତୃତ ଆଲୋଚନା କରାଯାଇଛି। ସୂଚନା ଅନୁଯାୟୀ, ରାତି ୧୦ଟାରୁ ସାଢେ ୧୦ଟା ଭିତରେ ମହାଦୀପ ଉଠିବ ।

Related Articles

Back to top button