ସନ୍ଧ୍ୟା ୭ଟା ପ୍ରର୍ଯ୍ୟନ୍ତ କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ କରିପାରିବେ ପର୍ଯ୍ୟଟକ

କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିର ଦେଖିବାକୁ ପର୍ଯ୍ୟଟକଙ୍କୁ ଆଉ ଏକ ଘଣ୍ଟା ଅଧିକ ସମୟ ମିଳିବ। ସନ୍ଧ୍ୟା ୭ ଟା ପ୍ରର୍ଯ୍ୟନ୍ତ ମନ୍ଦିର ଦର୍ଶନ କରିପାରିବେ ପର୍ଯ୍ୟଟକ। ଆଜିଠାରୁ କୋଣାର୍କ ସୂର୍ଯ୍ୟମନ୍ଦିର ଦର୍ଶନ ସମୟ ପରିବର୍ତ୍ତନ ହୋଇଛି।

ତେଣୁ ମାର୍ଚ୍ଚ ୧ ତାରିଖ ଠାରୁ କୋଣାର୍କ ସୂର୍ଯ୍ୟମନ୍ଦିର ଦର୍ଶନ ସକାଳ ୬ରୁ ଖୋଲା ହୋଇ ସନ୍ଧ୍ୟା ୭ ଟାରେ ବନ୍ଦ ହେବ। ଏହି ସମୟ ଭିତରେ ପର୍ଯ୍ୟଟକ ମନ୍ଦିର ଦର୍ଶନ କରିପାରିବେ ହୋଲି ଏଏସ୍‌ଆଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଥାଉକି ପୂର୍ବରୁ ସନ୍ଧ୍ୟା ୬ଟାରେ ସୂର୍ଯ୍ୟ ମନ୍ଦିର ବନ୍ଦ ହେଉଥିଲା। ଫଳରେ ବିଳମ୍ବରେ ପହଞ୍ଚୁଥିବା ଅନେକ ପର୍ଯ୍ୟଟକ ମନ୍ଦିର ଦର୍ଶନରୁ ବଞ୍ଚିତ ହେଉଥିଲେ। ଏଥର ମନ୍ଦିର ଦର୍ଶନର ସମୟ ଗୋଟେ ଘଣ୍ଟା ବଢ଼ାଇ ଦିଆଯାଇଛି। ଆସନ୍ତା ଅକ୍ଟୋବର ମାସ ୩୧ ତାରିଖ ପାର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ଦର୍ଶନର ଏହି ସମୟ ଅପରିବର୍ତ୍ତିତ ରହିବ ବୋଲି ଏଏସଆଇ ବିଭାଗ ସୂଚନା ଦେଇଛି ।

Related Articles

Back to top button