ଇନଫୋସିଟି ଥାନାରେ ହାଜର ହେଲେ ପୂର୍ବତନ ହକି ଖେଳାଳୀ ବିରେନ୍ଦ୍ର ଲାକ୍ରା

ଭୁବନେଶ୍ୱର: ଇନଫୋସିଟି ଥାନାରେ ବିରେନ୍ଦ୍ର ଲାକ୍ରା । ଆନନ୍ଦ ଟପୋ ହତ୍ୟା ମାମଲାରେ ଥାନାରୁ ଡକାରା ପରେ ଇନଫୋସିଟି ଥାନାରେ ହାଜର ହୋଇଛନ୍ତି ପୂର୍ବତନ ହକି ଖେଳାଳୀ ବିରେନ୍ଦ୍ର ଲାକ୍ରା । କିଛି ଦିନ ପୂର୍ବେ ଇନଫୋସିଟି ର ଏକ ଆପାର୍ଟମେଣ୍ଟ ରୁ ମୃତ ଦେହ ମିଳିଥିଲା ।

ସୂଚନାମୁତାବକ ତଦନ୍ତରେ ଅବହେଳା ହେତୁ କୋର୍ଟ ଆଇଆଇସିଙ୍କୁ ଭର୍ତ୍ସନା କରିଥିଲେ। ଚାର୍ଜସିଟରେ ବିରେନ୍ଦ୍ର ଲାକ୍ରାଙ୍କ ନାଁ ନଥିବାରୁ କମିଶନରେଟ୍ ପୋଲିସର ଥାନା ଆଇଆଇସିଙ୍କୁ ହାଇକୋର୍ଟ ଭର୍ତ୍ସନା କରିଥିଲେ । ଏକ ବର୍ଷ ପର୍ଯ୍ୟନ୍ତ ଇନଫୋସିଟି ଥାନା ଆଇଆଇସି ସମିତା ମିଶ୍ରଙ୍କୁ ଫିଲଡ ପୋଷ୍ଟିଂ ମନା ହୋଇଥିଲା । ଏହା ସହ ଏକ ମାସ ଯାଏଁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ଟ୍ରେନିଂ ନେବା ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ସୂଚନା ଅନୁଯାୟୀ ଆନନ୍ଦ ଟପୋ ମୃତ୍ୟ ଘଟଣାକୁ ନେଇ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲା । ଯାହା ପାଇଁ ତାଙ୍କୁ ଆଜି ଇନଫୋସିଟି ଥାନାରୁ ଡାକରା ଆସିଥିଲା । ଏହି ଘଟଣାରେ ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ସଂପୃକ୍ତି ଅଭିଯୋଗ ହୋଇଥିଲା । ବୀରେନ୍ଦ୍ର ଲାକ୍ରାଙ୍କ ନାମକୁ ଅଭିଯୋଗ ଫର୍ଦ୍ଦରୁ ବାଦ୍ ଦେଇଥିଲେ ଆଇଆଇସି । ତେବେ ବିରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ପୁଣି ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଛି । ଏହି ଘଟଣାରେ ତଦନ୍ତ କରି ତିନି ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ଭୁବନେଶ୍ୱର ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button