ମୟୁରଭଞ୍ଜରେ ଥଣ୍ଡା ଜ୍ୱର ଔଷଧ ଭାବେ ହାଟରେ ବିକ୍ରି ହେଉଛି ‘କୁରୁକୁଟି ପିମ୍ପୁଡ଼ି’

ସିଙ୍ଗଡ଼ା: କରଞ୍ଜିଆ ଅଞ୍ଚଳରେ କିଛିଦିନ ହେବ ଶୀତର ପ୍ରକୋପ ବଢ଼ି ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଲାଣି। ଫଳରେ ଅନେକ ଥଣ୍ଡା, କାଶ, ଜ୍ବରରେ ପୀଡ଼ିତ ହେଉଛନ୍ତି। ‌ଏହି ରୋଗର ଅମୋଘ ଔଷଧ ଭାବେ ହାଟବଜାରରେ କୁରୁକୁଟି ବା ନାଲି ପିମ୍ପୁଡ଼ି ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଏହି ପିମ୍ପୁଡ଼ି ଶରୀରରେ ଔଷଧୀୟ ଗୁଣ ଥିବାରୁ ଏହାକୁ ଖାଦ୍ୟ ଭାବେ ବ୍ୟବହାର କରୁଛନ୍ତି। ଥଣ୍ଡା, କାଶ, ଜ୍ବର ଭଳି ରୋଗର ପ୍ରତିଷେଧକ ଭାବେ ମୂଳରୁ ନିପାତ କରିଥାଏ। ତାଛଡ଼ା ଏହାର ସ୍ବାଦ ନିଆରା ବୋଲି କୁରୁକୁଟି ପିମ୍ପୁଡ଼ି ବିକାଳି ଏବଂ ଏଠାକାର ଅଞ୍ଚଳବାସୀ କହିଛନ୍ତି।
କରଞ୍ଜିଆ ଉପଖଣ୍ଡ ଏକ ଅନୁନ୍ନତ ଅନଗ୍ରସର ଉପଖଣ୍ଡ ଭାବେ ପରିଗଣିତ। ଅଧିକାଂଶ ଲୋକ ଗରିବ ଆଦିବାସୀ ଶ୍ରେଣୀର ହୋଇଥିବାରୁ ମୁଖ୍ୟତଃ ଚାଷ, ଦିନ ମଜୁରିଆ ବା ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି। ସରକାର ସେମାନଙ୍କ ଚାଲିଚଳନ, ସାମାଜିକ ବ୍ୟବସ୍ଥା, ଖାଦ୍ୟପେୟ ଓ ଆର୍ଥିକ ଅବସ୍ଥା ସୁଦୃଢ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ତଥାପି ବହୁ ଆଦିବାସୀ ପରିବାର ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୟ କରି ପରିବାର ପ୍ରତିପୋଷଣ କରୁଛନ୍ତି।

Related Articles

Back to top button