ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବୃଦ୍ଧି: ଅତି କୁଶଳୀ ଶ୍ରମିକ ପାଇବେ ୪୯୫ ଟଙ୍କା ମଜୁରୀ

ଭୁବନେଶ୍ୱର: ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବୃଦ୍ଧି ପାଇଛି । ଏନେଇ ଆଜି ଶ୍ରମ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତି କୁଶଳୀ ଶ୍ରମିକଙ୍କ ଦୈନିକ ପାରିଶ୍ରମିକ ମୂଲ୍ୟ ୧୨ ଟଙ୍କା ବଢ଼ାଇଛନ୍ତି ଶ୍ରମ କମିଶନର ।

ସରକାରଙ୍କ ଦ୍ୱାରା ସ୍ଥିରୀକୃତ ୮୯ଟି କ୍ଷେତ୍ରରେ କାର୍ଯ୍ୟରତ ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତି କୁଶଳୀ ଶ୍ରମିକ ପିଛିଲା ଭାବେ ୨୦୨୩ ଏପ୍ରିଲ୍ ପହିଲାରୁ ବର୍ଦ୍ଧିତ ହାରରେ ଦୈନିକ ମଜୁରୀ ପାଇବେ । ଏଣିକି ଅଣକୁଶଳୀ ଶ୍ରମିକ ଦୈନିକ ୩୪୫ ଟଙ୍କା, ଅର୍ଦ୍ଧ କୁଶଳୀ ଶ୍ରମିକ ୩୮୫ ଟଙ୍କା, କୁଶଳୀ ଶ୍ରମିକ ୪୩୫ ଓ ଅତି କୁଶଳୀ ଶ୍ରମିକ ୪୯୫ ଟଙ୍କା ଦୈନିକ ପାଇବେ ।

ପୂର୍ବରୁ ଅଣକୁଶଳୀ ଶ୍ରମିକ ଦୈନିକ ୩୩୩ ଟଙ୍କା ପାଉଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକ ୩୭୩ ଟଙ୍କା, କୁଶଳୀ ଶ୍ରମିକ ୪୨୩ ଟଙ୍କା ଏବଂ ଅତି କୁଶଳୀ ଶ୍ରମିକ ୪୮୩ ଟଙ୍କା ପାଉଥିଲେ । ଗତବର୍ଷ ଶ୍ରମିକ ଦୈନିକ ମଜୁରୀ ୧୧ ଟଙ୍କା ବଢ଼ାଇଥିଲେ ସରକାର ।

Related Articles

Back to top button