ବୃଦ୍ଧି ହେଲା ଶ୍ରମିକଙ୍କ ପାରିଶ୍ରମିକ, ଅକ୍ଟୋବର ପହିଲାରୁ ହେବ ଲାଗୁ

ଭୁବନେଶ୍ୱର: ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି ହୋଇଛି। ୮୯ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଦୈନିକ ପାରିଶ୍ରମିକ ୭ ଟଙ୍କା ଲେଖାଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅକ୍ଟୋବର ପହିଲାରୁ ଏହା ଲାଗୁ ହେବା ନେଇ ଘୋଷଣା କରାଯାଇଛି। ଏନେଇ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଲାଗୁହେବା ପରେ ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ୩୨୬ ଟଙ୍କାରୁ ୩୩୩, ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୩୬୬ରୁ ୩୭୩ ଟଙ୍କା, କୁଶଳୀଙ୍କ ୪୧୬ରୁ ୪୨୩ ଟଙ୍କା, ଅତିକୁଶଳୀଙ୍କ ୪୭୬ ଟଙ୍କାରୁ ୪୮୩ ଟଙ୍କାକୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଏପ୍ରିଲ ମାସରେ ଶ୍ରମିକଙ୍କ ଦୈନିକ ପାରିଶ୍ରମିକ ୧୧ଟଙ୍କା ଲେଖାଏ ବୃଦ୍ଧି ହୋଇଥିଲା।

Related Articles

Back to top button