ହାଇକୋର୍ଟରେ ଅର୍ଚ୍ଚନା ମାମଲା: ସମ୍ପତ୍ତି ବ୍ୟାଜାପ୍ତି ପାଇଁ ପିଟିସନ୍ ଦାଏର ସହ ଇଡି ତଦନ୍ତ ଦାବି

କଟକ: ହାଇକୋର୍ଟରେରେ ପହଞ୍ଚିଲା ବହୁଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା। ଅର୍ଚ୍ଚନାଙ୍କ ସମ୍ପତ୍ତର ଇଡି ତଦନ୍ତ ଏବଂ ବେଆଇନ ଭାବେ ରହିଥିବା ଗଚ୍ଛିତ ସମ୍ପତ୍ତିକୁ ବ୍ୟାଜପ୍ତି ନେଇ ଦାୟର ନେଇ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ଦାୟର କରାଯାଇଛି । ଏଥିରେ କେନ୍ଦ୍ର ସରକାର, ଇଡି, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ, ପୋଲିସ ଡିଜି, ଖଣ୍ଡଗିରି ଥାନା ଅଧିକାରୀ ଏବଂ ନୟାପଲ୍ଲୀ ଥାନା ଅଧିକାରୀଙ୍କ ସମେତ ୭ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ସେପଟେ ଜାମିନ ଆବେଦନ କରିଛନ୍ତି ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗ । ଭୁବନେଶ୍ୱର SDJM କୋର୍ଟରେ ଅର୍ଚ୍ଚନାଙ୍କ ଜାମିନ ଆବେଦନ କରିଛନ୍ତି । ପୂର୍ବରୁ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରିନଥିଲା । ଏକାଧିକ ଓକିଲ ଆବେଦନ କରିଥିବାରୁ ଶୁଣାଣି ହୋଇନଥିଲା । ଅକ୍ଟୋବର 11 ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ଜାମିନ ମାମଲାର ଶୁଣାଣି ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ଭିସି ଯୋଗେ ମାମଲାର ଶୁଣାଣି ହୋଇଥିଲା । ଏ ଘଟଣାର ବିଜେପି ସିବିଆଇ ତଦନ୍ତ ଦାବି କରିଛି । ଅର୍ଚ୍ଚନାଙ୍କୁ ନେଇ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି ହୋଇଛି । ବହୁ ବଡବଡିଆ, ରାଜନୈତିକ ଦଳର ନେତା, ବ୍ୟବସାୟୀ, ଓଲିଉଡ ନିର୍ଦ୍ଦେଶକଙ୍କ ନାମ ଅର୍ଚ୍ଚନାଙ୍କ ସହ ଛନ୍ଦି ହୋଇଛି ।

ଅର୍ଚ୍ଚନା ନାଗ ଜାଲରେ ବହୁ ରାଜନୈତିକ ନେତା ପଡିଥିବା ବେଳେ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖି ଅଶ୍ଳୀଳ ଭିଡିଓ ଉତ୍ତୋଳନ କରୁଥିଲା ଅର୍ଚ୍ଚନା । ସେହି ଭିଡିଓକୁ ଦେଖାଇ ରାଜନୈତିକ ନେତା ଓ ପ୍ରତିପତ୍ତିଙ୍କୁ ସେ ବ୍ଲାକମେଲ କରୁଥିଲା । ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଣି ବିଳାସପୂର୍ଣ୍ଣ ବଙ୍ଗଳା ନିର୍ମାଣ କରି ସେଠାରେ ଖୁସିରେ ଦିନ କାଟୁଥିଲା । ଅର୍ଚ୍ଚନାଙ୍କ ବେଆଇନ ଅର୍ଥ ରୋଜଗାରର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ କରାଇ ବେଆଇନ ସମ୍ପତ୍ତିକୁ ସରକାରୀ ତହବିଲକୁ ନେବା ପାଇଁ ଏହି ଜନସ୍ୱାର୍ଥ ମାମଲାରେ ପ୍ରାର୍ଥନା କରାଯାଇଛି।

Related Articles

Back to top button