ଜଗତଜନନୀଙ୍କ ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ : ବିଜୟା ଦଶମୀ

ଅଧର୍ମ ଉପରେ ଧର୍ମ ଓ ପାପ ଉପରେ ପୁଣ୍ୟର ବିଜୟ ଦିବସ । ନଅ ଧରି ଧରାପୃଷ୍ଠ ମା’ଙ୍କୁ ଆବାହନ କରାଯିବା ପରେ ଆଜି ସବୁଠି ବିଜୟା ଦିବସ ପାଳନ କରାଯାଉଛି । ସତ୍ୟ ଓ ନ୍ୟାୟର ନିର୍ଦଶନ ଦେଇଆସିଛି ଏହି ପର୍ବ । ରାଜ୍ୟବ୍ୟାପୀ ମହାଆନନ୍ଦ ଉଲ୍ଲାସରେ ମା’ଙ୍କ ଚାଲିଛି ପୂଜାର୍ଚ୍ଚନା ।ଆଜି ବିଜୟା ଦଶମୀ ପାଳନ ସହ ଜଗତଜନନୀଙ୍କ ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ତେଣୁ ପୂଜାମଣ୍ଡପରୁ ସବୁ ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା’ ମହିଷାମର୍ଦ୍ଦିନୀଙ୍କ ପୂଜା । ଅପରାଜିତା ପୂଜା, ଦଶମୀ ପୂଜା ଓ ସୋମନାଥ ବ୍ରତ ପରେ ଅନୁଷ୍ଠିତ ହେବ ପୂର୍ଣ୍ଣାହୂତି । ଦଶହରାରର ପର୍ବ ଅନ୍ତିମ ଚରଣରେ ବିଜୟ ଉପଲକ୍ଷେ ଦହନ ହେବେ ରାବଣ । ସେନେଇ ସବୁଠି ରାବଣ ପୋଡି ଲାଗି ପ୍ରସ୍ତୁତି ସରିଛି । ଏଥିସହ ଘରମାନଙ୍କରେ ସମସ୍ତ ଲୌହ ସାମଗ୍ରୀ, ଗାଡି ଓ ସାଇକେଲକୁ ମଧ୍ୟ ପୂଜା କରାଯାଇଥାଏ ।

ଆଶ୍ବୀନ ମାସରେ ଦୁର୍ଗା ପୂଜା ପାଳନ କରାଯାଇଥାଏ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆର୍ଶୀବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ । ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ ।ଏଥିସହିତ ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନ ହେଲେ ସେତେବେଳେ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ବାରା ଦୁର୍ଗାଙ୍କୁ ଆବାହନ କଲେ ଏବଂ ଦେବୀ ଦୁର୍ଗା ପ୍ରକଟ ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ବାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଡଦ୍ବାରା ଶିରଚ୍ଛେଦ କଲେ ।

ସେହି ସମୟ ଥିଲା ଚୈତ୍ର ଶୁକ୍ଲ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହି ସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ବିନୀରେ ପୂଜା କରିଥିଲେ । ସେବେ ଠାରୁ ଏହା ଉଭୟ ଚ୍ରୈତ ବାସନ୍ତୀ ନବରାତ୍ର ଓ ଆଶ୍ବିନୀ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ ।

Related Articles

Back to top button