
ପଦ୍ମପୁର ଉପନିର୍ବାଚନରେ ଭୋଟ ଦେବା ପାଇଁ ଡିସେମ୍ବର ୫ ତାରିଖରେ ଛୁଟି ଘୋଷଣା
ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ଚାଲିଥିବା ବେଳେ ଛୁଟି ଘୋଷଣା ହୋଇଛି । ଆସନ୍ତା ଡିସେମ୍ବର ୫ ତାରିଖରେ ଛୁଟି ଘୋଷଣା କରାଯାଇଛି । ଭୋଟ ଦେବା ପାଇଁ କର୍ମଚାରୀଙ୍କ ନିମନ୍ତେ ଛୁଟି ଘୋଷଣା କରାଯାଇଛି । ରାଜନୈତିକ ଦଳ ମାନେ ପଦ୍ମପୁର ଉପନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ପ୍ରସାର କରୁଥିବା ଦେଖାଯାଇଛି । ଲୋକଙ୍କୁ ଭୋଟ ମାଗିବା ପାଇଁ ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ତେବେ ଏପରି ସ୍ଥିତିରେ ପଦ୍ମପୁର ଉପନିର୍ବାଚନ ପାଇଁ ଛୁଟି ଘୋଷଣା ହୋଇଥିବା ଖବର ସାମ୍ନାକୁ ଆସିଛି ।